Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ବ୍ରିଟେନରେ ଗୋଟିଏ ଦିନରେ କରୋନା ନେଲା ୩୮୧ ଜୀବନ, ମୃତକଙ୍କ ମଧ୍ୟରେ ରହିଛି ୧୩ ବର୍ଷର ଶିଶୁ

1/04/2020 at 3:47 PM

ଲଣ୍ଡନ, ୦୧|୦୪:  ବ୍ରିଟେନରେ ମଙ୍ଗଳବାର ୩୮୧ ଜଣ କରୋନା ସଂକ୍ରମିତ ପ୍ରାଣ ହାରଇଥିବା ସୂଚନା ମିଳିଛି । ଯାହା ଗୋଟିଏ ଦିନରେ ସର୍ବାଧିକ । ତେବେ ଏହି ମୃତକଙ୍କ ମଧ୍ୟରେ ୧୩ ବର୍ଷର ଏକ ଶିଶୁ ରହିଛି । କରୋନା ସଂକ୍ରମଣରେ ଏହି ଶିଶୁଟି ସର୍ବକନିଷ୍ଠ ମୃତକ ହୋଇଥିବା କୁହାଯାଉଛି । ଏହି ୧୩ ବର୍ଷର ଶିଶୁଟି ଲଣ୍ଡନ କିଙ୍ଗସ୍ କଲେଜ ହସ୍ପିଟାଲରେ ପ୍ରାଣ ହରାଇଛି ।

ରିପୋର୍ଟ ଅନୁସାରେ, ବ୍ରିଟେନରେ ଶନିବାର ୨୬୦ ଜଣ ପ୍ରାଣ ହରାଇଥିବା ବେଳେ ସୋମବାର ୧୮୦ ଜଣ ପ୍ରାଣ ହରାଇଥିଲେ । ସେହିପରି ସ୍କଟଲାଣ୍ଡରେ ମଙ୍ଗଳବାର ଦିନ ୬୦ ଜଣ ପ୍ରାଣ ହରାଇଛନ୍ତି । ଆୟାରଲାଣ୍ଡରେ ମୃତ୍ୟୁସଂଖ୍ୟା ୨୮ ଛୁଇଁଛି ।

ୟୁକେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଦେଶରେ ୧୭୮୯ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।

   Related Posts