Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

କରୋନାର ଆହୁରି ଘାତକ ଷ୍ଟ୍ରେନ୍ ବ୍ରିଟେନ୍‌ରେ ଚିହ୍ନଟ, ଚେତାଇଲେ ବିଶେଷଜ୍ଞ- ମୁକାବିଲା ଜୋରଦାର ନହେଲେ ସ୍ଥିତି ହେବ ଅଧିକ ଭୟଙ୍କର

11/03/2021 at 8:02 PM

ଲଣ୍ଡନ ୧୧।୦୩: ଗତ ବର୍ଷ ଠିକ୍ ଏହି ସମୟରେ ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇଥିବା ମହାମାରୀ କରୋନାର ନୂତନ ଷ୍ଟ୍ରେନ୍ ପୁଣି ଥରେ ଚିନ୍ତାର କାରଣ ପାଲଟିଛି। ନୂଆ ଷ୍ଟ୍ରେନରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ଷ୍ଟ୍ରେନ ବ୍ରିଟେନ୍‌ରୁ ଠାବ ହୋଇଛି। ଏହି କ୍ରମରେ ଏକ ନୂତନ ଅଧ୍ୟୟନ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ, ବ୍ରିଟେନ୍‌ରେ ଗତ ବର୍ଷ ଶେଷ ଆଡକୁ ସାମ୍ନାକୁ ଆସିଥିବା ନୂତନ ଷ୍ଟ୍ରେନ ପୂର୍ବର କରୋନା ଭାଇରସ୍ ତୂଳନାରେ ୩୦ରୁ ୧୦୦ ପ୍ରତିଶତ ଘାତକ ହୋଇପାରେ।

ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ବୁଧବାର ପ୍ରକାଶିତ ଅଧ୍ୟୟନରୁ ଜଣା ପଡିଛି ଯେ, ଭାଇରସ୍‌ର ନୂତନ ଷ୍ଟ୍ରେନ୍ ବି. ୧.୧.୭ ପୂର୍ବ ଷ୍ଟ୍ରେନ୍ ତୂଳନାରେ ଅଧିକ ଘାତକ। ବ୍ରିଟେନ୍‌ର ଏକ୍ସେଟର ଓ ବ୍ରିଷ୍ଟଲ ବିଶ୍ଵ ବିଦ୍ୟାଳୟରେ ମହାମାରୀ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ନୂତନ ଷ୍ଟ୍ରେନରେ ପୀଡିତ ଲୋକ ଓ ଅନ୍ୟ ଷ୍ଟ୍ରେନରେ ସଂକ୍ରମିତ ଲୋକଙ୍କ ମୃତ୍ୟହାର ମଧ୍ୟରେ ତୂଳନା କରିଛନ୍ତି।

ଅଧ୍ୟୟନ ଅନୁଯାୟୀ ନୂତନ ଷ୍ଟ୍ରେନରେ ସଂକ୍ରମିତ ୫୪,୯୦୬ ଜଣଙ୍କ ମଧ୍ୟରୁ ୨୨୭ ଜଣଙ୍କ ମୃତ୍ୟୁ  ଘଟିଥିବା ବେଳେ ଗତ ବର୍ଷ ପ୍ରାରମ୍ଭରେ ଆତଙ୍କ ଖେଳାଇଥିବା ଷ୍ଟ୍ରେନରେ ସେହି ସମାନ ସଂକ୍ରମିତଙ୍କ ମଧ୍ୟରୁ ୧୪୧ ଜଣଙ୍କ ପ୍ରାଣହାନୀ ଘଟିଥିଲା। ଏକ୍ସେଟର ବିଶ୍ଵ ବିଦ୍ୟାଳୟର ପ୍ରମୁଖ ଲେଖକ ରବର୍ଟ ଚାଲେନ କହିଛନ୍ତି, କୋଭିଡ୍‌ର ନୂତନ ଷ୍ଟ୍ରେନ ବି.୧.୧.୭ ପୂର୍ବ କରୋନାଠୁ ଅଧିକ ସାଂଘାତିକ ଓ ଭୟାନକ। ଏହାକୁ ଅତି ଗୁରୁତର ଭାବେ ନିଆଯିବାର ଆବଶ୍ୟକତା ରହିଛି।

କରୋନାର ଏହି ନୂତନ ସ୍ଵରୂପ ସର୍ବ ପ୍ରଥମେ ୨୦୨୦ ସେପ୍ଟେମ୍ବରରେ ଦେଖିବାକୁ ମିଳିଥିଲା। ଏହା ଅଳ୍ପ ସମୟରେ କ୍ଷୀପ୍ର ଗତିରେ ବ୍ୟାପିଥିଲା। ଫଳରେ ଅନେକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ସୂଚନାଯୋଗ୍ୟ, ସମଗ୍ର ଦୁନିଆରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୮୭ ଲକ୍ଷ ୩୯ ହଜାର ୭୮୯ରେ ପହଞ୍ଚିଛି। ଏଥି ମଧ୍ୟରୁ ୨୬ ଲକ୍ଷ ୩୪  ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ୯ କୋଟି ୪୩ ଲକ୍ଷ ୨୬ ହଜାର ୧୯୬  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

   Related Posts