ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ

Published By : Prameya-News7 Bureau | May 15, 2021 IST

ଭୁବନେଶ୍ୱର ୧୫।୦୫: କରୋନାର ୨ୟ ଲହରୀ ଚିନ୍ତାଜନକ ରହିଛି । ଏସବୁ ଭିତରେ ଆଜି ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ଟିକାକରଣ ବନ୍ଦ ରହିବ । ଭ୍ୟାକ୍‌ସିନ୍‌ର ଅଭାବକୁ ଦୃଷ୍ଟିରେ ରଖି ଟିକାକରଣ ବନ୍ଦ ରହିଛି ।

ଖବର ଅନୁଯାୟୀ,  ଆଜି ରାଜ୍ୟର ୧୦ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। କୋଭିସିଲ୍ଡର ଅଭାବକୁ ଦେଖି ଏହି ୧୦ ଜିଲ୍ଲାରେ ଆଜି ଭାକ୍ସିନେସନ ହେବ ନାହିଁ। ଏସବୁ ଜିଲ୍ଲା ହେଲା ଅନୁଗୁଳ, ବାଲେଶ୍ବର, ବରଗଡ଼, ଜଗତସିଂହପୁର, ଖୋର୍ଦ୍ଧା , କୋରାପୁଟ, ମାଲକାନଗିରି, ନୟାଗଡ଼, ରାୟଗଡ଼ା ଏବଂ ସୁବର୍ଣ୍ଣପୁର। ଏବେ ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କୋଭିସିଲ୍ଡ ର ୩୩ ହଜାର ୯୩୦ ଟିକା ଉପଲବ୍ଧ ଥିବା ବେଳେ, ଓଡ଼ିଶା କୋଟାରୁ ୩ ଲକ୍ଷ ୪୩୦ ଟିକା ଅଛି। ସେହିପରି କୋଭାକ୍ସିନ କେନ୍ଦ୍ର କୋଟାରେ ୩ ଲକ୍ଷ ୬୦ ହଜାର ଟିକା ଥିବା ବେଳେ , ଓଡ଼ିଶା କୋଟାରୁ ୭୦ ହଜାର ୨୫୦ ଟିକା ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.