Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା: ଓଡ଼ିଶା ସମେତ ଦେଶର ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ସରିଛି ଡ୍ରାଏ ରନ୍

2/01/2021 at 8:44 PM

ଭୁବନେଶ୍ବର୨/୧: ଟିକାକୁ ନେଇ ବଡ଼ ଘୋଷଣା। ଦେଶବାସୀଙ୍କୁ ମାଗଣାରେ ମିଳିବ ଭାକସିନ୍‌। ଟିକାର ଡ୍ରାଏ ରନ୍ ସମୀକ୍ଷା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ଏପଟେ ଓଡ଼ିଶା ସମେତ ସାରା ଦେଶର ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଟିକାର ଡ୍ରାଏ ରନ୍ ସରିଛି।  ଭାକସିନ୍‌ ଆସିଲେ କେମିତି କୋଲ୍ଡ ଚେନ୍‌ର ବ୍ୟବହାର ହେବ ସେନେଇ ପ୍ରସ୍ତୁତି ସରିଛି । ମୋଟାମୋଟି ଡ୍ରାଏ ରନ୍‌ ବେଳେ ଟିକାକୁ ଛାଡ଼ି ଅନ୍ୟ ଦିଗ ସବୁ ଯାଞ୍ଚ କରାଯାଇଛି ।

ଦେଶବାସୀଙ୍କୁ ଫ୍ରିରେ ମିଳିବ କରୋନା ଟିକା। ପୂର୍ବରୁ ଟିକାର ଦରଦାମ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଏବେ ସେଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଦିଲ୍ଲୀର ଜିଟିବି ହସ୍ପିଟାଲରେ ଭାକସିନ୍‌ର ଡ୍ରାଏ ରନ୍‌ ପରେ କରୋନା ଟିକା ମାଗଣା ଦିଆଯିବ ବୋଲି ଘୋଷଣା କରିଛନ୍ତି ହର୍ଷବର୍ଦ୍ଧନ। ସେହିପରି ଗୁଜବ ଉପରେ ମଧ୍ୟ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ମିଥ୍ୟା ପ୍ରଚାର ଠାରୁ ଦୂରେଇ ରୁହନ୍ତୁ, ଭାକସିନ୍‌ର ସୁରକ୍ଷା ସୁନିଶ୍ଚିତ କରିବା ମଧ୍ୟ ଆମର ଦାୟିତ୍ବ କହି ଦେଶବାସୀଙ୍କୁ ଆଶ୍ବସ୍ତ କରାଛନ୍ତି ହର୍ଷବର୍ଦ୍ଧନ। ଦେଶର ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ କରୋନା ଟିକାକରଣ ପୂର୍ବରୁ ଡ୍ରାଏ ରନ୍‌ କରାଯାଇଛି। ଡ୍ରାଏ ରନ୍‌ ବେଳେ ଟିକାକୁ ଛାଡ଼ି ଅନ୍ୟ ସବୁ ଦିଗ ଯାଞ୍ଚ କରାଯାଉଥିବା ମଧ୍ୟ କହିଛନ୍ତି ହର୍ଷବର୍ଦ୍ଧନ।

ବାଲେଶ୍ବରରୁ ବ୍ରହ୍ମପୁର। ପୁରୀରୁ ବଲାଙ୍ଗିର। ୩୦ ଜିଲ୍ଲା ମୁଖ୍ୟାଳୟ ସମେତ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ପ୍ରାକ୍‌-ଟିକାକରଣ ଅଭ୍ୟାସ ବା ଭାକସିନ୍‌ ଡ୍ରାଏ ରନ୍‌। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। କରୋନା ଟିକା ଆସିଲେ କିପରି କୋଲ୍ଡ ଚେନ୍‌ ବ୍ୟବହାର ହେବ ସେନେଇ ପ୍ରସ୍ତୁତି ହୋଇଛି। ପ୍ରତି ପଏଣ୍ଟରେ ୫ ଜଣ ଭ୍ୟାକ୍ସିନେଟର ରହିବା ସହ ୨୫ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ଡମି ଟିକାକରଣ କରାଯାଉଛି। ମକଡ୍ରିଲ ପାଇଁ ୩ଟି କକ୍ଷ ରହିଛି। ଟିକା ନେବାକୁ ଆସୁଥିବା ବ୍ୟକ୍ତିଙ୍କର ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ଯାଞ୍ଚ କରାଯାଉଛି।

ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୱେଟିଂ କକ୍ଷକୁ ନିଆଯାଇ ସେଠାରେ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପରେ ଭାକ୍ସିନେସନ କକ୍ଷକୁ ପଠାଯିବ। ଟିକାକରଣ ପରେ ଅବଜରଭେସନ କକ୍ଷରେ ଉକ୍ତ ବ୍ୟକ୍ତିଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ରଖାଯିବ। ୨ ଜଣ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କ ଉପରେ ନଜର ରଖିବେ। ଯଦି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କୁ ଖବର ଦେବା ସହ ତାଙ୍କର ଚିକିତ୍ସା କରାଯିବ। ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ କରୋନା ଟିକା ପହଞ୍ଚି ଯିବ ବୋଲି ଅନୁମାନ କରାଯାଉଛି । ଆର୍ଥାତ୍ ଜାନୁଆରୀ ଶେଷ ବେଳକୁ ରାଜ୍ୟରେ ଉପଲବ୍ଧ ହେବ ଟିକା।

   Related Posts