Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ସରିଲା ଅପେକ୍ଷା ! ଦେଶରେ ଅଗଷ୍ଟ ମାସରେ ଆସିପାରେ ଶିଶୁଙ୍କ ପାଇଁ କରୋନା ଭ୍ୟାକସିନ

27/07/2021 at 3:11 PM

ନୂଆଦିଲ୍ଲୀ ୨୭/୦୭ : କରୋନାର ତୃତୀୟ ଲହରରେ ଶିଶୁମାନେ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରାଯାଇଛି। ଇତି ମଧ୍ୟରେ ଏକ ଭଲ ଖବର ମିଳିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଅଗଷ୍ଟ ମାସରେ ଭାରତରେ ଶିଶୁଙ୍କ ପାଇଁ କରୋନା ଟୀକା ଆସିପାରେ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ହୋଇଥିବା ବିଜେପି ସଂସଦୀୟ ଦଳ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟୀକା ଦିଆଯାଉଛି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୈଠକ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ସମ୍ଭବତଃ ଆଗାମୀ ମାସରୁ ଶିଶୁଙ୍କ ଟୀକାକରଣ ଆରମ୍ଭ କରିପାରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ସଂକ୍ରମଣ ଚେନ ଭାଙ୍ଗିବାକୁ ଏବଂ ପୁଣି ସ୍କୁଲ ଖୋଲିବାକୁ ଶିଶୁଙ୍କୁ ଟୀକା ଦେବା ଏକ ବଡ ପଦକ୍ଷେପ ପ୍ରମାଣିତ ହୋଇପାରେ। ଏହା ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କ ପାଇଁ କରୋନା ଟୀକା ଆସିବା ନେଇ ଅନୁମାନ କରାଯାଇଥିଲା। ଏମ୍ସ ମୁଖ୍ୟ ରଣଦୀପ ଗୁଲେରିୟା ମଧ୍ୟ କହିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କ ଟୀକାକରଣ ଆରମ୍ଭ ହୋଇପାରେ।

ଜିଡଶ କାଡିଲା ଶିଶୁଙ୍କ ଉପରେ ଟୀକା ପରୀକ୍ଷଣ କରିସାରିଛି। କମ୍ପାନୀ ଟୀକା ବ୍ୟବହାର ପାଇଁ ଅନୁମତି ପାଇଁ ଅପେକ୍ଷା କରିଛି। ଭାରତ ବାୟୋଟେକର କୋଭାକ୍ସିନ ଟ୍ରାଏଲ ମଧ୍ୟ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ପୁରା ହୋଇପାରେ। ସେହିଭଳି ଫାଇଜର ଭ୍ୟାକସିନକୁ ଆମେରିକୀୟ ନିୟାମକ ଦ୍ୱାରା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଆଶା କରାଯାଉଛି ଯେ ଭାରତରେ ମଧ୍ୟ ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କ ଟୀକାକରଣ ଅଭିଯାନ ଆରମ୍ଭ ହୋଇଯିବ।

ସୂଚନାଯୋଗ୍ୟ ଯେ ଦେଶରେ ଏଯାଏଁ ୪୪ କୋଟି କରୋନା ଟୀକା ଦିଆଆସରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କ ବ୍ୟକ୍ତିଙ୍କ ଟୀକାକରଣ ପୁରା କରିବା କେନ୍ଦ୍ର ସରକାରଙ୍କ ଯୋଜନା।

   Related Posts