ଦେଢରୁ ଦୁଇ ବର୍ଷରେ ବଜାରକୁ ଆସିବ କରୋନା ଭାଇରସ ଟୀକା

Published By : Prameya-News7 Bureau | March 12, 2020 IST

ନୂଆଦିଲ୍ଲୀ, ୧୨|୦୩: ଭାରତରେ କରୋନା ଭାଇରସର ପ୍ରତିଷେଧକକୁ ବିକଶିତ କରିବା ପାଇଁ ଅତି କମରେ ୧.୫ ବର୍ଷରୁ ୨ ବର୍ଷ ଲାଗିବ ବୋଲି ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ମନ୍ତ୍ରାଳୟର କହିବାନୁସାରେ, କରୋନା ଭାଇରସର ମୁକାବିଲା ପାଇଁ କାମ କରାଯାଉଛି। ଏଥିରେ ସଫଳତା ମଧ୍ୟ ମିଳିବ। ଏହାର ମୁକାବିଲା ପାଇଁ  ୧୧ଟି ପ୍ରତିଷେଧକର ସନ୍ଧାନ ମିଳିଛି। ତାହା ଉପରେ ପରୀକ୍ଷା କରାଯାଉଛି। ମନ୍ତ୍ରାଳୟ ତରଫରୁ ଆହୁରି କୁହାଯାଇଛି, କରୋନାକୁ ରୋକିବା ପାଇଁ ସେଚତନ ହେବାକୁ ପଡିବ। ବିଭିନ୍ନ ଜନଗହଳି ସ୍ଥାନଠୁ ଦୂରରେ ରହିବାକୁ ହେବ। ମାସ୍କ ବ୍ୟବହାର କରିବା ଜରୁରୀ ନୁହେଁ।

{"id":237248,"width":751,"height":500,"sizeSlug":"large"}

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି, ଭାରତରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନେ ବାହାରୁ ଆସିଛନ୍ତି। ସେମାନଙ୍କ ପରିବାର ହିଁ କେବଳ କରୋନାରେ ପ୍ରଭାବିତ ହୋଇଛି। ତେବେ ଅଧିକ ତାପମାତ୍ରା କରୋନା ଭାଇରସକୁ ନିପାତ କରିଥାଏ ଉପରେ ମନ୍ତ୍ରାଳୟ ନିରବ ରହିଛି। ଏହା ଉପରେ ସମସ୍ତ ତଥ୍ୟକୁ ରିସର୍ଚ୍ଚ କରାଯାଉଛି। ଅଧିକ ତାପମାତ୍ରାରେ ଭାଇରସ ରହିପାରେନି। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ତଥ୍ୟ ନାହିଁ ବୋଲି ସେ କହିଛନ୍ତି।

{"id":237249,"width":747,"height":468,"sizeSlug":"large"}

ଭାରତରେ ଏବେ ସୁଦ୍ଧା ୭୩ ଟି ପଜିଟିଭ କରୋନା ଭାଇରସ ମାମଲା ଆସିଛି। ଯେଉଁଥିରେ ୫୬ଜଣ ଭାରତୀୟ ରହିଥିବା ବେଳେ ୧୭ଜଣ ବିଦେଶୀ ରହିଛନ୍ତି। ଭାରତ ଅନ୍ୟ ଦେଶରୁ ୯୦୦ଜଣଙ୍କୁ ଉଦ୍ଧାର କରିଛି। ସେହିପରି ଇରାନରେ ଫସିଥିବା ଭାରତୀୟଙ୍କୁ ୩ଦିନ ମଧ୍ୟରେ ଉଦ୍ଧାର କରାଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.