ଏକ ମାସର ଶିଶୁଙ୍କୁ ମଧ୍ୟ ଦିଆଯାଇ ପାରିବ କରୋନା ଟିକା, ଅକ୍ଟୋବର ସୁଦ୍ଧା ପ୍ରସ୍ତୁତ ହୋଇଯିବ ଭ୍ୟାକସିନ୍: ସିରମ

Published By : Prameya-News7 Bureau | January 31, 2021 IST

ନୂଆଦିଲ୍ଲୀ ୩୧।୦୧: କଣ କରୋନା ଭ୍ୟାକସିନ ଶିଶୁମାନଙ୍କୁ ବି ଦିଆଯାଇ ପାରିବ ? ସିରମ ଇନଷ୍ଟିଚ୍ୟୁଟ୍‌ର ଅଧିକାରୀଙ୍କ ଅନୁଯାୟୀ ଶୀଘ୍ର କରୋନା ଭ୍ୟାକସିନ ଶିଶୁଙ୍କୁ ମଧ୍ୟ ଦିଆଯିବ। ସିରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆରେ EXIMର ଗ୍ରୁପ ଡିରେକ୍ଟର ପିସି ନାମ୍ବିୟର କହିଛନ୍ତି, ପିଲାଙ୍କୁ ଦିଆଯିବାକୁ ଥିବା କୋଭିଡ୍ ଭ୍ୟାକସିନ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପ୍ରସ୍ତୁତ ହୋଇପାର। କେବଳ ଏତିକି ନୁହେଁ ଭ୍ୟାକସିନ ଶିଶୁକୁ ଜନ୍ମ ହେବାର ଗୋଟିଏ ମାସ ଭିତରେ ମଧ୍ୟ ଦିଆଯାଇ ପାରିବ।

ନାମ୍ଵିୟର କେରଳର ରାଜଧାନୀ କୋଚିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି। ସେ କହିଛନ୍ତି ସିରମ ଇନଷ୍ଟିଚ୍ୟୁଟ୍ ଆହୁରି ୪ କୋଭିଡ୍ ଭ୍ୟାକସିନ ଟିକା ପ୍ରସ୍ତୁତ କରିବ ଏବଂ ଏହି ସବୁ ଚଳିତ ବର୍ଷର ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ।

ନାମ୍ବିୟର କହିଛନ୍ତି, ଦ୍ରୁତ ଗତିରେ ପରୀକ୍ଷଣ ପୂରା ହେଲେ ନୋଭୋଭ୍ୟାକ୍ସ ଭ୍ୟାକସିନ ଜୁନ ସୁଦ୍ଧା ଉପଲବ୍ଧ ହୋଇଯିବ। ଛୋଟ ଶିଶୁଙ୍କ ପାଇଁ ଅକ୍ଟୋବର ସୁଦ୍ଧା ଭ୍ୟାକସିନ ପ୍ରସ୍ତୁତ ହୋଇଯିବ। କୋଭି-ଭ୍ୟାକ୍ ଭ୍ୟାକସିନର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ କୋଡାନେଜିକସର ତତ୍ଵାବଧାନରେ ପୂରା ହୋଇ ସାରିଛି। କେନ୍ଦ୍ର ସରକାରଙ୍କ ଆବଶ୍ୟକତା ପୂରଣ ପାଇଁ କୋଭିସିଲ୍ଡ ଭ୍ୟାକସିନର ଉତ୍ପାଦନ କ୍ଷମତା ଏପ୍ରିଲ ସୁଦ୍ଧା ୨୦ କୋଟି ଡୋଜ୍‌ରେ ପହଞ୍ଚିବ।

ନାମ୍ଵିୟର ଭ୍ୟାକସିନ ନେବା ପରେ କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟାର ରିପୋର୍ଟକୁ ଖାରଜ କରି କହିଛନ୍ତି, ହାଲୁକା ମୁଣ୍ଡ ବ୍ୟଥା ଏବଂ ଜ୍ଵର ହେବା ଏକ ସାଧାରଣ ପ୍ରଭାବ। ଯେଉଁମାନେ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି, ସେମାନଙ୍କୁ ମଧ୍ୟ ଭ୍ୟାକସିନ ନେବାର ଆବଶ୍ୟକତା ରହିଛି କାରଣ କୋଭିଡ୍ ପାଇଁ ରୋଗ ପ୍ରତିରୋଧକ କ୍ଷମତା କେବଳ କିଛି ସମୟ ପାଇଁ ପ୍ରଭାବୀ ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.