ଭାରତରେ ଅକ୍ସଫୋର୍ଡ ୟୁନିଭର୍ସିଟି ଫର୍ମୁଲାରେ ପ୍ରସ୍ତୁତ ହେବ କରୋନା ଭାକସିନ୍, ଅକ୍ଟୋବରରେ ହେବ ଉପଲବ୍ଧ !

Published By : Prameya-News7 Bureau | April 26, 2020 IST

ପୁଣେ, ୨୬|୦୪:  ଭାକସିନ୍ ପ୍ରସ୍ତୁତକାରୀ ବୃହତ କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଅକ୍ସଫୋର୍ଡ୍ ୟୁନିଭର୍ସିଟି ଦ୍ବାରା ପ୍ରସ୍ତୁତ କୋଭିଡ-୧୯ ଭାକସିନ୍ ତିଆରି କରିବା ପାଇଁ ଯୋଜନା କରୁଛି । ଏହାର ପରୀକ୍ଷଣ ସଫଳ ହେବ ବୋଲି କମ୍ପାନୀ ଆଶା ରଖିଛି । ଯଦି ପରୀକ୍ଷଣ ସଫଳ ହୁଏ ଅକ୍ଟୋବର ସୁଦ୍ଧା ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି ।

ପୁଣେର ଏହି କମ୍ପାନୀ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ଏହାର ଉତ୍ପାଦନ କରିବା ପାଇଁ ୭ଟି ମଧ୍ୟରୁ ଗୋଟିଏ କମ୍ପାନୀ ଭାବେ ଡିଲ୍ କରିଛି ।

କମ୍ପାନୀର ସିଇଓ ଅଦର ପୁନାଓ୍ବାଲା କହିଛନ୍ତି ଯେ, ତାଙ୍କ ଟିମ୍ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ଡିଲ୍ କରିଛି । ଏହାସହ କାମ ମଧ୍ୟ ଆରମ୍ଭ କରିଦେଇଛି । ୩ ସପ୍ତାହରେ ସେମାନେ ଭାକସିନ୍ ଉତ୍ପାଦନ ଆରମ୍ଭ କରିବେ ବୋଲି ଆଶା ରଖିଛନ୍ତି । ଆଗାମୀ ୬ ମାସରେ ୫୦ ଲକ୍ଷ ଡୋଜ୍ ଉତ୍ପାଦନ କରିପାରିବେ । ଏହାପରେ ପ୍ରାୟ ୧ କୋଟି ଡୋଜ୍ ଉତ୍ପାଦନ ହେବ ବୋଲି ସେ କହିଛନ୍ତି ।

{"id":260608,"width":683,"height":455,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, କମ୍ପାନୀ ଅକ୍ସଫୋର୍ଡ ବୈଜ୍ଞାନିକଙ୍କ ସହ ମ୍ୟାଲେରିଆ ଭାକସିନ୍ ପ୍ରୋଜେକ୍ଟ ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ତାଙ୍କ ସହ ବିଶ୍ବର କିଛି ମହାନ ବୈଜ୍ଞାନିକ ରହିଛନ୍ତି । ତେବେ କରୋନା ଭାକସିନକୁ ସେପ୍ଟେମ୍ବର ଓ ଅକ୍ଟୋବରରେ କ୍ଲିନିକାଲ ଟ୍ରାଏଲ କରାଯିବ । ଏହାକୁ ପୁଣେରେ ହିଁ ନିର୍ମାଣ କରାଯିବ । କାରଣ ଏହି ଭାକସିନ୍ ପ୍ରସ୍ତୁତ କରିବା ପାଇଁ ଏକ ଅଲଗା ଲ୍ୟାବ୍ ଦରକାର ।ଏହାକୁ ତିଆରି କରିବା ପାଇଁ ୨ରୁ ୩ ବର୍ଷ ଲାଗିଯିବ । ତେବେ ଭାକସିନର ପରୀକ୍ଷଣ ସଫଳ ହେବ ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.