କରୋନା ଭ୍ୟାକ୍ସିନ ଉପରେ ଲାଗିବ ୫ ପ୍ରତିଶତ ଜିଏସଟି, ଘରୋଇ ହସ୍ପିଟାଲ୍ ପାଇଁ ଟିକା ଦର ଧାର୍ଯ୍ୟ, ଜାଣନ୍ତୁ ଡୋଜ୍‌ର ମୂଲ୍ୟ କେତେ ଟଙ୍କା ?

Published By : Prameya-News7 Bureau | June 08, 2021 IST

ନୂଆଦିଲ୍ଲୀ ୦୮।୦୬: ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଘରୋଇ ହସ୍ପିଟାଲ୍ ପାଇଁ କରୋନା ଭ୍ୟାକ୍ସିନର ଦର ଧାର୍ଯ୍ୟ କରିଛନ୍ତି। ଏହା ଅନୁଯାୟୀ, କୋଭିସିଡ୍‌ର ଦାମ୍ ଡୋଜ୍ ପିଛା ୭୮୦ ଟଙ୍କା ରହିଥିବା ବେଳେ କୋଭାକ୍ସିନର ଦାମ ସର୍ବାଧିକ ୧୪୧୦ ଟଙ୍କା ରହିଛି। ସେହିପରି ସ୍ପୁଟନିକ-ଭିର ଦାମ ଘରୋଇ  ହସ୍ପିଟାଲ୍ ପାଇଁ ଡୋଜ ପିଛା ୧୧୪୫ ଟଙ୍କା ଧାର୍ଯ୍ୟ କରାଯାଇଛି। ବଡ କଥା ସରକାର ଭ୍ୟାକ୍ସିନ ଉପରେ ଜିଏସଟି ଲାଗୁ କରିଛନ୍ତି। ପ୍ରତି ଡୋଜ୍ ପିଛା ୫ ପ୍ରତିଶତ ଜିଏସଟି ନିଆଯିବ। ଏଥିସହ ସମସ୍ତ ଭ୍ୟାକ୍ସିନ ଉପରେ ଡୋଜ୍ ପ୍ରତି ୧୫୦ ଟଙ୍କା ସର୍ଭିସ୍ ଚାର୍ଜ ଲାଗୁ କରାଯିବ।

ଅନ୍ୟପଟେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁଯାୟୀ ଜୁନ ୨୧ରୁ ରାଜ୍ୟଗୁଡିକୁ ମାଗଣାରେ ଭ୍ୟାକ୍ସିନ ଯୋଗାଣ ଆରମ୍ଭ ହୋଇଯିବ। କେନ୍ଦ୍ର ସରକାର ଭ୍ୟାକ୍ସିନ ଯୋଗାଣ ପାଇଁ ମଙ୍ଗଳବାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ୭୪ କୋଟି ଡୋଜ୍ ଟିକା ଅର୍ଡର ଦିଆଯାଇଛି। ଏଥିରେ ୨୫ କୋଟି କୋଭିସିଲ୍ଡ ଓ ୧୯ କୋଟି ଡୋଜ୍ କୋଭାକ୍ସିନ ସାମିଲ। ଏହା ବ୍ୟତୀତ ସରକାର ଇ-ବାୟୋଲୋଜିକାଲ ଲିମିଟେଡ୍‌ ଟିକାର ୩୦ କୋଟି ଡୋଜ୍ କିଣିବାକୁ ଆଦେଶ ଦେଇଛନ୍ତି। ଏହି ସବୁ ଟିକା ସେପ୍ଟେମ୍ବର ସୁଦ୍ଧା କେନ୍ଦ୍ର ସରକାରଙ୍କୁ ମିଳିଯିବ। ଏପରିକି ସରକାର କମ୍ପାନୀଗୁଡିକରୁ ଅର୍ଡରର ୩୦ ପ୍ରତିଶତ ଅର୍ଥ ଆଗୁଆ ଦେଇ ସାରିଛନ୍ତି।

wp:html /wp:html

ଟିକାକରଣକୁ ନେଇ ପ୍ରସ୍ତୁତ ନୂତନ ଗାଇଡ୍‌ଲାଇନ୍‌ ଉପରେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି ୭୫ ପ୍ରତିଶତ ଭ୍ୟାକ୍ସିନ କେନ୍ଦ୍ର ସରକାରଙ୍କୁ ମିଳିବ ଏବଂ ଏହାକୁ ରାଜ୍ୟଗୁଡିକୁ ମାଗଣାରେ ଯୋଗାଇ ଦିଆଯିବ। ରାଜ୍ୟଗୁଡିକୁ ନିଜର ଜନସଂଖ୍ୟା, ସଂକ୍ରମଣର ସ୍ଥିତି ଏବଂ ଟିକାକରଣର ଗତି କେମିତି ରହିଛି, ଭ୍ୟାକ୍ସିନର କେତେ ଅପଚୟ  ହେଉଛି ଏହି ସବୁ ଦୃଷ୍ଟିରେ ରଖି ଟିକା ଯୋଗାଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଘୋଷଣା କରିଥିଲେ ଯେ, ଯୋଗ ଦିବସ ଅର୍ଥାତ ଜୁନ ୨୧ରୁ ରାଜ୍ୟଗୁଡିକୁ ମାଗଣାରେ ଟିକା ଯୋଗାଇ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.