Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

୩ରୁ ୪ ମାସ ମଧ୍ୟରେ ଆସିଯିବ କରୋନା ଭାକସିନ୍ ! କେତେ ରହିବ ଦାମ୍ ? କହିଲେ ସିରମ୍ ଇନଷ୍ଟିଚ୍ୟୁଟ୍ ସିଇଓ

20/11/2020 at 10:40 AM

ନୂଆଦିଲ୍ଲୀ, ୨୦।୧୧:   ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ଅନ୍ୟ କଟକଣା ମାନିଲେ ମଧ୍ୟ ଲୋକମାନେ ଭାକସିନ୍ କେବେ ବାହାରିବ ତାକୁ ଅନାଇ ବସିଛନ୍ତି । ଭାରତରେ ମଧ୍ୟ କରୋନା ଭାକସିନ୍ ଉପରେ କାମ ଚାଲିଛି । ଏନେଇ ମତ ରଖିଛନ୍ତି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓ୍ୱାଲା । ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ-୨୦୨୦ର ଯୋଗ ଦେଇ ସେ ଭାକସିନ୍ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ଆସନ୍ତା ୩ରୁ ୪ ମାସ ମଧ୍ୟରେ ଭାକସିନ୍ ଆସିଯିବ । ଏହାସହ ଭାକସିନର ଦାମ୍ କେତେ ରହିବ ସେନେଇ ମଧ୍ୟ ପୁନାଓ୍ୱାଲା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବ୍ରିଟେନ ସରକାର ମଞ୍ଜୁରୀ ପ୍ରଦାନ କଲେ ଭାରତରେ ମଞ୍ଜୁରୀ ପାଇଁ ଆବେଦନ କରାଯିବ । ପ୍ରଥମେ ଜରୁରୀକାଳୀନ ବ୍ୟବହାର ହେବ । ସାଧାରଣ ଲୋକଙ୍କୁ ଭାକସିନ୍ ମିଳିବାରେ ୩ରୁ ୪ ମାସ ସମୟ ଲାଗିପାରେ ।ଏପ୍ରିଲ, ମେ ମାସରେ କେହି କେବେ ଏତେ ଶୀଘ୍ର ଭାକସିନ୍ ଆସିବ ବୋଲି ଭାବି ନଥିଲେ । ବୟସ୍କଙ୍କ ଉପରେ ଏହି ଭାକସିନ୍ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଭାଇରସ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ମଧ୍ୟ । ଏହି ଟିକା ଭାଇରସ କବଳରୁ ଦୀର୍ଘ ସମୟ ଯାଏଁ  ସୁରକ୍ଷା ଦେଇପାରିବ ନା ନାହିଁ ତାହା ସମୟ କହିବ । ଏବେ ଏନେଇ କିଛି ଗ୍ୟାରେଣ୍ଟି ଦେଇ ହେବ ନାହିଁ ।

ସେ ଆହୁରି କହିଛନ୍ତି ଯେ, ସାଧାରଣ ଲୋକଙ୍କ ପାଇଁ ଭାକସିନର ଦାମ୍ ୫୦୦ରୁ ୬୦୦ ଟଙ୍କା ମଧ୍ୟରେ ହେବ । ସରକାର ଅଧିକ ମାତ୍ରାରେ ଭାକସିନ୍ କିଣୁଥିବାରୁ ଦାମ୍ କମିଯିବ । ଅତିଶୀଘ୍ର ପ୍ରତିମାସରେ ୧୦ କୋଟି ଡୋଜ୍ ଉତ୍ପାଦନ ପାଇଁ ପ୍ରୟାସ ଆରମ୍ଭ ହେବ । ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ନେଇ ଚେଷ୍ଟା କରାଯିବ । ଜୁଲାଇ ସୁଦ୍ଧା ୩୦ରୁ ୪୦ କୋଟି ଟିକା ଭାରତକୁ ମିଳିବ ବୋଲି ସେ କହିଛନ୍ତି ।

   Related Posts