ଖୁସି ଖବର : ଭାରତରେ ପ୍ରସ୍ତୁତ ହୋଇସାରିଛି କରୋନାଠୁ ବଞ୍ଚିବାର ଟୀକା : ପଶୁଙ୍କ ଉପରେ ହୋଇଛି ପ୍ରୟୋଗ,ଖୁବ୍ ଶୀଘ୍ର ଆସିବ ଫଳାଫଳ

Published By : Prameya-News7 Bureau | April 08, 2020 IST

ଅହମଦାବାଦ ୮/୪: ଭାରତରେ କରୋନା ଭାଇରସର ଟୀକା ପଶୁଙ୍କ ଉପରେ ପ୍ରୟୋଗ ଆରମ୍ଭ ହୋଇ ଯାଇଛି। ଫଳ ଆସିବାକୁ ୪ରୁ ୬ମାସ ସମୟ ଲାଗିବ। ଗୁଜୁରାଟର ଜାୟଡସ୍ କ୍ୟାଡିଲା କମ୍ପାନୀ ଏହି ଟୀକା ପ୍ରସ୍ତୁତ କରୁଛି। ଏହି କମ୍ପାନୀ ୨୦୧୦ମସିହାରେ ଦେଶରେ ସ୍ବାଇନ୍ ଫ୍ଲୁର ସର୍ବପ୍ରଥମ ଟୀକା ପ୍ରସ୍ତୁତ କରିଥିଲା।

ମାର୍ଚ୍ଚ ମାସରେ ହିଁ କମ୍ପାନୀ ସୂଚନା ଦେଇଥିଲା ଯେ କରୋନା ଭାଇରସ୍ ପାଇଁ ଟୀକା ପ୍ରସ୍ତୁତ କରାଯାଉଛି। କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର କହିଛନ୍ତି ଯେ ସେମାନେ କରୋନାର ଟୀକା ପ୍ରସ୍ତୁତ କରୁଛନ୍ତି। ଭ୍ୟାକସିନର ଟ୍ରାୟଲ୍ ସମୟ ନେଉଥିବା ପ୍ରକ୍ରିୟା ଅଟେ। ସେମାନେ ଏଥିରେ ସଫଳତ ହେବେ ବୋଲି ଆଶା କରିଛନ୍ତି।

 ମ୍ୟାଲେରିଆ ଚିକିତ୍ସାରେ ପ୍ରଭାବଶାଳୀ କୁହାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକ୍ବିନର ଭାରତରେ ସବୁଠୁ ଅଧିକ ଉତ୍ପାଦନ ଇପ୍କା ଲାବୋରେଟୋରିସ୍ ଏବଂ ଜାୟଡସ୍ କ୍ୟାଡିଲା କରିଥାଏ। ଭାରତରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନର ମୋଟ ଉତ୍ପାଦନରେ ଏହି ଦୁଇ କମ୍ପାନୀର ଭାଗିଦାରୀ ୮୦%ରୁ ଅଧିକ ହୋଇଥାଏ। ଜାୟଡସ୍ କ୍ୟାଡିଲା ପ୍ରତି ମାସରେ ୨୦ଟନ୍ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ପ୍ରସ୍ତୁତ କରିପାରେ। ସରକାର ମଙ୍ଗଳବାର ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ସମେତ ୨୮ଟି ଔଷଧର ରପ୍ତାନୀ ଉପରେ ପ୍ରତିବନ୍ଧକ ଉଠାଇ ଦେଇଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା ଉପରେ ପ୍ରତିବନ୍ଧକ ହଟାଇବା ବିଷୟରେ କଥା ହୋଇଥିଲେ ଯାହା ଫଳରେ ଆମେରିକାକୁ ପର୍ଯ୍ୟାପ୍ତ ମାତ୍ରାରେ ଔଷଧ ମିଳିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.