ଡ୍ରୋନରେ ହେବ କରୋନା ଭ୍ୟାକ୍ସିନ ଯୋଗାଣ, ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର

Published By : Prameya-News7 Bureau | May 08, 2021 IST

ହାଇଦ୍ରାବାଦ ୦୮।୦୫: କରୋନା ଭାଇରସ୍‌ ଟିକାକରଣର ଗତି ବଢାଇବା ପାଇଁ ତେଲଙ୍ଗାନାରେ ଡ୍ରୋନ ଜରିଆରେ ଭ୍ୟାକ୍ସିନ ଯୋଗାଣ କରାଯିବ। ଶନିବାର ବେସାମରିକ ଚଳାଚଳ ମନ୍ତ୍ରଣାଳୟ ତେଲଙ୍ଗାନାରେ ଡ୍ରୋନ ଜରିଆରେ ଭ୍ୟାକ୍ସିନ ଯୋଗାଣକୁ ଅନୁମତି ଦେଇଛନ୍ତି। ଏଥି ନିମନ୍ତେ ତେଲଙ୍ଗାନା ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିଲେ। କେନ୍ଦ୍ର ସରକାର ମାନବ ବିହୀନ ବିମାନ ପ୍ରଣାଳୀ ନିୟମ-୨୦୨୧ ଆଧାରରେ ଅନୁମତି ପ୍ରଦାନ କରିଛନ୍ତି।

ତେଲଙ୍ଗାନାରେ ଡ୍ରୋନ ଜରିଆରେ ଭ୍ୟାକ୍ସିନ ଡେଲିଭରିକୁ ଅନୁମତି ମିଳିବା ପରେ ଏବେ ରାଜ୍ୟର ଦୂର ଦୂରାନ୍ତ ଗାଁଗୁଡିକରେ ସହଜରେ ଟିକା ପହଞ୍ଚି ପାରିବ। ଏଥିସହ କମ ସମୟରେ ଟିକାର ପରିବହନ ହୋଇ ପାରିବ। ଏଥିରେ ଟିକାକରଣକୁ ଆହୁରି ଗତି ମିଳିବ।

ସୂଚନାଯୋଗ୍ୟ, ଦେଶରେ ମେ ୧ରୁ କରୋନା ଭାଇରସ୍‌ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଛି। ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୪୪ ବର୍ଷର ବର୍ଗଙ୍କୁ ଟିକା ଦିଆଯାଉଛି। ହେଲେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ତେଲଙ୍ଗାନାରେ କେବେଠୁ ଡ୍ରୋନ ଜରିଆରେ ଭ୍ୟାକ୍ସିନ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଆଶା କରାଯାଉଛି ମେ ଶେଷ ସୁଦ୍ଧା ରାଜ୍ୟରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.