ଖୁବ ଶୀଘ୍ର ଓଡ଼ିଶାରେ ମିଳିବ କରୋନା ଟିକା ! ଡାଟାବେସ୍ ତିଆରି କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ପତ୍ର, ୨୯ ତାରିଖ ଭିତରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | October 23, 2020 IST

ଭୁବନେଶ୍ଵର ୨୩।୧୦:   ଓଡ଼ିଶାରେ କେମିତି ମିଳିବ କରୋନା ଟିକା। ଏନେଇ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ଦେଇଛି ରାଜ୍ୟ ସରକାରଙ୍କୁ  ପତ୍ର । ଯେଉଁଥିରୁ ସୂଚନା ମିଳୁଛି ଯେ ଖୁବଶୀଘ୍ର କରୋନା ଟିକା ଉପଲବ୍ଧ ହେବାକୁ ଯାଉଛି। ଗତକାଲି ମଧ୍ୟ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି ମିଳିଛି।

ଖୁବ ଶୀଘ୍ର ଓଡ଼ିଶାର ମିଳିବ କରୋନା ଟିକା। କରୋନା ଟିକା ଓଡ଼ିଶାରେ କେମିତି ମିଳିବ, କେଉଁମାନଙ୍କୁ ପ୍ରାଥମିକତା ଦିଆଯିବ ଏନେଇ ଏକ ଡେଟାବେସ ତିଆରି କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏକ ପତ୍ର ଦେଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଅକ୍ଟୋବର ୨୯ ତାରିଖ ମଧ୍ୟରେ ଏହି ଡାଟାବେସ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ   ଏନେଇ ସମସ୍ତ ମେଡ଼ିକାଲ, ନର୍ସିଂ ସଂଘ, ଆୟୁଷ ସଂଘ, ଘରୋଇ ହସ୍ପିଟାଲ ମାଲିକ ସଂଘ ଏବଂ ପାରା ମେଡ଼ିକ ୱାର୍କର୍ସ ସଂଘ କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହି ସବୁ ସଂଘ ତରଫରୁ ଜିଲ୍ଲାପାଳ, ମୁନିସିପାଲ କମିଶନର, ସିଡିଏମ ସହ ଯୋଗାଯୋଗ ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କ ଡେଟାବେସ  କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

{"id":349653,"sizeSlug":"large"}

ସେହିଭଳି ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ନାଁ ମଧ୍ୟ ଡେଟାବେସ୍‌ରେ ରହିବ। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସେମାନେ ତାଲିକାଭୂକ୍ତ ହେବେ। ୨୫ ତାରିଖ ଭିତରେ ତାଲିକା ପ୍ରସ୍ତୁତ କରିବା ପାଇଁ ଶିଶୁ ଓ ମହିଳା ବିକାଶ ଓ ମିଶନ ଶକ୍ତି ବିଭାଗକୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।  କେନ୍ଦ୍ର ସକକାର ଖୁବଶୀଘ୍ର କରୋନା ଟିକା ଉପଲବ୍ଧ କରାଇବା ନେଇ ପ୍ରକ୍ରିୟା ଜାରି ରଖିଛନ୍ତି। କରୋନା ଭ୍ୟାକ୍ସିନ୍ ପାଇଁ ୫୨ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି। ୧୩୦ କୋଟି ଦେଶବାସୀଙ୍କ ପାଖରେ କରୋନା ଭ୍ୟାକ୍ସିନ୍ ପହଞ୍ଚାଇବାକୁ କେନ୍ଦ୍ର ସରକାର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଥିବା ବେଳେ ଏଥି ପାଇଁ ପାଖାପାଖି ୫୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

{"id":349654,"sizeSlug":"large"}

ଦେଶର ପ୍ରତ୍ୟେକ ନାଗରିକଙ୍କୁ  ଭ୍ୟାକ୍ସିନ୍ ପାଇଁ  ୫ଶହରୁ ୭ ଶହ ଟଙ୍କା ଖର୍ଚ୍ଚ କରାଯିବ । ଦେଶରେ ପ୍ରତି ବ୍ୟକ୍ତିଙ୍କୁ ଦୁଇ ଥର ଭ୍ୟାକ୍ସିନର ଡୋଜ୍ ଦିଆଯିବ । ପ୍ରତ୍ୟେକ ଡୋଜର ଖର୍ଚ୍ଚ ପାଖାପାଖି ୧୪୭ ଟଙ୍କା ହେବ । ଭ୍ୟାକ୍ସିନର ରକ୍ଷଣାବେକ୍ଷଣ ଏବଂ ପରିବହନ ଖର୍ଚ୍ଚ ବାବଦକୁ ୨୧୯ ଟଙ୍କା ଖର୍ଚ୍ଚ ହେବ । ସାରା ଦେଶରେ ଯେମିତି ପ୍ରତ୍ୟେକ ଲୋକଙ୍କ ପାଖରେ କରୋନା ଭ୍ୟାକ୍ସିନ ପହଞ୍ଚାଯାଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର ।

{"id":349655,"sizeSlug":"large"}

ବିହାରରେ ଏନଡିଏ କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଟିକା ଦିଆଯିବ ବୋଲି ଆଜି ଘୋଷଣା କରିଛି ବିଜେପି । ଦଳ ପକ୍ଷରୁ ଜାରି ଘୋଷଣାପତ୍ରର ୧ ନମ୍ବରରେ ରହିଛି ମାଗଣା କରୋନା ଟିକା । ତେବେ ମାଗଣା କୋଭିଡ ଟିକା ପ୍ରସଙ୍ଗକୁ ନେଇ ରାଜନୀତି ଜୋରଦାର ହେବାରେ ଲାଗିଛି। ସେପଟେ ସେପଟେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ଦେଶୀ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲକୁ ଅନୁମତି ମିଳିଛି । ଏହା କରୋନା ଟିକା ଉପଲବ୍ଧ ହେବାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.