ମାଙ୍କଡଙ୍କ ଦେହରେ ହେବ କରୋନା ଟୀକା ପରୀକ୍ଷା: ୩୦ଟି ପାତି ମାଙ୍କଡ ଧରିବାକୁ ମହାରାଷ୍ଟ୍ର ସରକାର ଦେଲେ ଅନୁମତି, ପୁଣେ ଲ୍ୟାବ୍ କରିଥିଲା ଅନୁରୋଧ
7/06/2020 at 5:30 PM

Image Courtesy : RISHIKESH, UTTARAKHAND, INDIA - 2015/06/12: A rhesus monkey ( Macaca mulatta ) is sitting on a wall high above the holy river Ganges. (Photo by Frank Bienewald/LightRocket via Getty Images)
ପୁଣେ, ୦୭|୦୬: ମାଙ୍କଡଙ୍କ ଶରୀରରେ ହେବ କରୋନା ଭାକସିନ୍ର ଟେଷ୍ଟ୍ । ଏନେଇ ମହାରାଷ୍ଟ୍ର ସରକାର ଅନୁମତି ଦେବା ସହ ୩୦ଟି ମାଙ୍କଡରେ ଶରୀରରେ ଭାକସିନ୍ ପରୀକ୍ଷଣ ଗହେବ ବୋଲି କହିଛନ୍ତି । ଏହି ଭାକସିନକୁ ପୁଣେର ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ପ୍ରସ୍ତୁତ କରୁଛି ।
ତେବେ ପାତି ମାଙ୍କଡ ଶରୀରରେ ଏହି ଭାକସିନର ପରୀକ୍ଷଣ ହେବ । ଏହି ଜାତୀର ମାଙ୍କଡ ଦକ୍ଷିଣ ଓ ପୂର୍ବ ଏସିଆରେ ବହୁମାତ୍ରାରେ ଦେଖିବାକୁ ମିଳନ୍ତି । କିନ୍ତୁ ପରୀକ୍ଷଣ ପାଇଁ ୪ରୁ ୫ ବର୍ଷ ବୟସର ମାଙ୍କଡ ଆବଶ୍ୟକ ।
ଏହି ମାଙ୍କଡଗୁଡିକୁ ସତର୍କତାର ସହ ଧରାଯିବ । ବିଶେଷଜ୍ଞଙ୍କ ଟିମ୍ ମାଙ୍କଡକୁ ଟ୍ରାଙ୍କୁଲାଇଜ୍ କିମ୍ବା ଯନ୍ତାରେ ଧରିବ । ଯେପରି ମାଙ୍କଡଙ୍କ ଶରୀରେ କୌଣସି ପ୍ରକାର ଆଘାତ ନପହଁଚେ ସେଦିଗରେ ମଧ୍ୟ ଦୃଷ୍ଟି ଦିଆଯିବ ।