ଆଜିଠୁ ପଲ୍ସ ପୋଲିଓ ବୁନ୍ଦା, ଫେବୃଆରୀ ୨ ଯାଏଁ ବନ୍ଦ ରହିବ କରୋନା ଟିକାକରଣ

Published By : Prameya-News7 Bureau | January 31, 2021 IST

ଭୁବନେଶ୍ୱର ୩୧।୦୧: ଫେବ୍ରୁଆରୀ ୨ତାରିଖ ପର୍ଯ୍ଯନ୍ତ ରାଜ୍ୟରେ କରୋନା ଟିକାକରଣ ବନ୍ଦ ରହିବ। ୩ଦିନ ଧରି ରାଜ୍ୟରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଟିକାକରଣକୁ ସ୍ଥଗିତ ରଖାଯାଇଛି। ୩ରୁ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜିଠାରୁ ୫ବର୍ଷରୁ କମ୍ ଶିଶୁଙ୍କୁ ପଲ୍ସ ପୋଲିସ ବୁନ୍ଦା ଦିଆଯାଉଛି। ରାଜ୍ୟବ୍ୟାପୀ ୪୧ ଲକ୍ଷ ୩୧ହଜାର ୭୬୩ ଶିଶୁଙ୍କୁ ପୋଲିଓ ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୯ ହଜାର ୫୫୭ଟି ବୁଥ୍ ହୋଇଛି। ଭୁବନେଶ୍ବର ୟୁନିଟ୍-୪ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ରାଜ୍ୟସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱରରେ ୯୪ ହଜାର ୩୯ ପିଲାଙ୍କୁ ପଲ୍ସ ପୋଲିଓ ଦିଆଯିବ। ଏଥିପାଇଁ ୨୫୦ଟି ବୁଥ୍ କରାଯାଇଥିବା ବେଳେ ୧ ହଜାର ୯୦ ଭଲ୍ଯୁଣ୍ଟିୟରଙ୍କୁ ପୋଲିଓ ଦେବା କାର୍ଯ୍ୟରେ ନିୟୋଜିତ କରାଯାଇଛି।

ଆଜି ବୁଥ୍ ଗୁଡ଼ିକରେ ପୋଲିଓ ବୁନ୍ଦା ଦିଆଯିବ। ଏହାପରେ ଦୁଇଦିନ ଘର ଘର ବୋଲି ବୁଲି ପୋଲିଓ ବୁନ୍ଦା ଦିଆଯିବ। ଅନ୍ଯପଟେ ପ୍ରାୟ ଦୁଇ ଲକ୍ଷ ଫ୍ରଣ୍ଟଲାଇନ କୋଭିଡ଼ ଯୋଦ୍ଧାଙ୍କୁ ଦ୍ୱିତୀୟ ପର୍ଯ୍ୟୟରେ କରୋନା ଟିକା ଦିଆଯିବ। ଆଜି ରାତି ୧୨ଟା ସୁଦ୍ଧା ଗୃହ,ରାଜସ୍ୱ, ବିପର୍ଯୟ ପରିଚାଳନା, ଗୃହ ଓ ନଗର ଉନ୍ନୟନ ବିଭାଗର କର୍ମଚାରୀ ମାନଙ୍କୁ ପଞ୍ଜିକରଣ କରିବାକୁ କୁହାଯାଇଛି। ରାଜ୍ୟରେ ୨ ଲକ୍ଷ ୬ ହଜାର ୪୨୪ ଜଣ କୋଭିଡ୍ ଟିକା ନେଇ ସାରିଲେଣି। ଆସନ୍ତା ୬ ତାରିଖରେ ଦ୍ୱିତୀୟ ପର୍ଯ୍ୟୟ ଟୀକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିବାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.