Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଆଜି ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକାର ଡ୍ରାଏ ରନ୍, ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରାଯିବ

8/01/2021 at 7:51 AM

ନୂଆଦିଲ୍ଲୀ ୮।୧: ଦେଶବ୍ୟାପୀ ଟିକାକରଣ ଆଗରୁ ଶୁକ୍ରବାର ସାରା ଦେଶରେ ପୁଣିଥରେ କରୋନା ଟିକାର ଡ଼୍ରାଏ ରନ୍ ହେବ। ଏଥିଲାଗି ଦିନ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ, ଦୁଇ ଘଣ୍ଟା ସ୍ଥିର କରାଯାଇଛି । ୩୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଡ଼୍ରାଏ ରନ୍ ହେବ । ଉତ୍ତରପ୍ରଦେଶ ଏବଂ ହରିୟାଣାରେ ଦ୍ବିତୀୟ ଡ୍ରାଏ ରନ୍ ଶେଷ ହୋଇଛି । ଖୁବଶୀଘ୍ର ମଞ୍ଜୁରୀ ମିଳିଥିବା ଦୁଇଟି ଭାକସିନ୍ କୋଭାସିଲଡ୍ ଏବଂ କୋଭାକ୍ସିନ୍ ଉପଲବ୍ଧ ହେବ ।

ଏଥର ୩ ପ୍ରକାର ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ୍ ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ମେଡିକାଲ କଲେଜ ସହ ଘରୋଇ ସ୍ବାସ୍ଥ୍ୟସେବା କେନ୍ଦ୍ର ଏବଂ ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରାଏ ରନ୍ କରାଯିବ । ଡ୍ରାଏ ରନ୍ ସମୟରେ ଟିକାକରଣ କେନ୍ଦ୍ରର ବ୍ୟବସ୍ଥା, ଟିକା ଯୋଗାଣ ଲାଗି କୋଲ୍ଡଚେନ୍ ସିଷ୍ଟମ, ବାୟୋ ମେଡିକାଲ୍ ୱେଷ୍ଟ ମ୍ୟାନେଜମେଣ୍ଟ ଏବଂ କୋ-ୱିନ ସଫ୍ଟୱେରରେ ରିପୋର୍ଟିଂ ଭଳି ପ୍ରକ୍ରିୟା ସହ ଭାକସିନେସନ୍ ଟିମ୍ କୁ ପରିଚିତ କରିବା ଲକ୍ଷ୍ୟ ରହିଛି ।

ଆଜି ସବୁ ଜିଲ୍ଲା ଏବଂ ପୌର ନିଗମରେ କରୋନା ଟିକାର ଡ୍ରାଏରନ୍ କରାଯିବ । ପ୍ରତି ଜିଲ୍ଲାର ୩ଟି କେନ୍ଦ୍ର- ଗୋଟିଏ PHC, CHC ଏବଂ ମେଡିକାଲ କଲେଜରେ ଡ୍ରାଏ ରନ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ସମୟରେ ଯଦି କାହା ଶରୀରରେ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ତେବେ କଣ କରିବାକୁ ହେବ ସେନେଇ ଆଲୋଚନା କରାଯାଇଛି । ଟିକାକରଣ ପରେ ଭାକସିନ୍ କେନ୍ଦ୍ରରେ ଥିବା ପ୍ରତିକ୍ଷାଳୟରେ ଅଧଘଣ୍ଟା ଅବଜରଭେସନରେ ରହିବେ । ସେଠାରେ ସ୍ବତନ୍ତ୍ର FFI କିଟ୍ ରହିବ ।

   Related Posts