Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ଭ୍ୟାକସିନ : ଶୀଘ୍ର ହେବ ଔଷଧ କମ୍ପାନୀ Pfizer ର ପରୀକ୍ଷଣ

21/08/2020 at 3:33 PM

ମୁମ୍ବାଇ ୨୧/୦୮ : ଆମେରିକାର ଔଷଧ କମ୍ପାନୀ Pfizer ଏବଂ ଜର୍ମାନୀର ବାୟୋଏଣ୍ଟେକ୍ ମିଳିତ ଭାବେ କରୋନା ଭ୍ୟାକସିନ ପରୀକ୍ଷଣ ଆରମ୍ଭ କରିଛନ୍ତି | କମ୍ପାନୀ କହିଛି ଯେ କୋଭିଡ-୧୯ ଭ୍ୟାକସିନ ସମୀକ୍ଷା ପାଇଁ ଅକ୍ଟୋବର ମାସରେ ନିୟାମକ ସଂସ୍ଥାକୁ ଉପସ୍ଥାପିତ କରାଯିବ | ବର୍ତ୍ତମାନ ୨୦ ପ୍ରତିଶତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଭ୍ୟାକସିନ ନିମ୍ନରୁ ମଧ୍ୟମ ସ୍ଥରର ଜ୍ୱରରେ ପ୍ରଭାବିତ ହୋଇଥିବା ପ୍ରମାଣିତ ହୋଇଛି ବୋଲି କମ୍ପାନୀ କହିଛି | କମ୍ପାନୀ ଆମେରିକା ଓ ଜର୍ମାନୀରେ କରାଯାଇଥିବା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ସମୀକ୍ଷା କରୁଛି | କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟର ଅଧ୍ୟୟନ ଡାଟା ଜାରି କରି କହିଛି ଯେ ଅକ୍ଟୋବର ମାସ ଆରମ୍ଭରେ ନିୟାମକ ସମୀକ୍ଷା ପାଇଁ ଭ୍ୟାକସିନକୁ ପେଶ କରାଯିବ | 

ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧୮ ବର୍ଷରୁ ୮୫ ବର୍ଷ ବୟସର ୩୦ ହଜାର ଲୋକ ଅଂଶଗ୍ରହଣ କରିଥିଲେ | ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ଟିକା BNT 162 B2 କୁ ଶୀଘ୍ର ବିକଶିତ କରିବାକୁ ମଞ୍ଜୁରୀ ଦିଆଯାଇଥିଲା | ଭ୍ୟାକସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏଫଡିଏର ସମସ୍ତ ପ୍ରୋଟୋକଲ ପାଳନ କରାଯାଇଛି |

ଫାଇଜର ଅନୁସାରେ, ୨୦୨୦ ଶେଷ ପୂର୍ବରୁ ଭ୍ୟାକସିନ ପାଇଁ ଅନୁମତି ଓ ବର୍ଷ ଶେଷ ସୁଦ୍ଧା ଭ୍ୟାକସିନ ପ୍ରାପ୍ତ କରାଯିବ | ଫାଇଜର ଓ ବାୟୋଏଣ୍ଟେକ୍ ଗତ ମାସରେ ୧୦ କୋଟି ଡୋଜ ଦେବା ପାଇଁ ଆମେରିକା ସରକାରଙ୍କ ସହିତ ପାଖାପାଖି ୨ କୋଟି ଡଲାରର ଚୁକ୍ତି କରିଛି | କିଛି ବିଶ୍ଳେଷକ ଅନୁମାନ କରିଛନ୍ତି ଯେ ଆମେରିକାକୁ ନଭେମ୍ବର ମାସ ସୁଦ୍ଧା ଭ୍ୟାକସିନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବ |

ଫର୍ମ କମ୍ପାନୀ ମୋଡର୍ନାଙ୍କ ଟିକା ପରୀକ୍ଷଣର ଶେଷ ପର୍ଯ୍ୟାୟ ଆଡକୁ ଗତି କରିଛି | କମ୍ପାନୀ ୩୦ ହଜାର ବୟସ୍କଙ୍କୁ ନେଇ ପରୀକ୍ଷଣ ଆରମ୍ଭ କରିଛି | ଯେଉଁମାନଙ୍କର ଶ୍ୱାସ ସମ୍ବନ୍ଧୀୟ କୌଣସି ସମସ୍ୟା ନାହିଁ ସେମାନଙ୍କୁ ପରୀକ୍ଷଣରେ ସାମିଲ କରାଯାଇଛି | ଆମେରିକା ସରକାର ଏହି ଭ୍ୟାକସିନ ପ୍ରୋଜେକ୍ଟ ପାଇଁ ପାଖାପାଖି ଏକ କୋଟି ଡଲାର ସହଯୋଗ କରିଛନ୍ତି |

   Related Posts