ଲଣ୍ଡନ, ୧୨|୦୫ : କରୋନା ଭାଇରସର ଭାକିସିନ୍ ପ୍ରସ୍ତୁତ କରିବା ପାଇଁ ଆହୁରି ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିପାରେ । ଏହି ଖରାପ ପରିସ୍ଥିତିରେ ଏହି ଭାକସିନ୍ କେବେ ମଧ୍ୟ ପ୍ରସ୍ତୁତ ନହୋଇପାରେ ବୋଲି କହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ।
ବୋରିସ କରୋନା ମୁକାବିଲା ପାଇଁ ଲଣ୍ଡନରେ ଲକଡାଉନର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ଗାଇଡଲାଇନରେ ସାମାଜିକ ଦୂରତାକୁ ଧ୍ୟାନରେ ରଖି ବ୍ୟବସାୟ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ସେ କହିଛନ୍ତି ଯେ, ଭାକସିନ୍ ପ୍ରସ୍ତୁତ କରିବା ପାଇଁ ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିପାରେ । ସ୍ଥିତି ଅଧିକ ବିଗିଡିବାରେ ଲାଗିଛି । ଏଫରି ମଧ୍ୟ ହୋଇପାରେ କି କେବେବି ଭାକସିନ୍ ତିଆରି ହେବ ନାହିଁ । ତେଣୁ ଆଗାମୀ ଦିନରେ ଅନେକ ସଚେତନତା ଅବଲମ୍ବନ କରିବାକୁ ହେବ ।
{"id":268816,"width":695,"height":459,"sizeSlug":"large"}ସେ ଆହୁରି କହିଛନ୍ତି ଯେ, ବ୍ରିଟେନର ଭାକସିନ୍ ବିକଶିତ କାର୍ଯ୍ୟକ୍ରମ ଓ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରୟାସ ଜାରି ରଖିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଜାରି କରିଥିବା ଗାଇଡଲାଇନ୍ ବୁଧବାରଠାରୁ ସାରା ଦେଶରେ ଲାଗୁ କରାଯିବ । ଏଥିରେ ଲୋକଙ୍କୁ ପରସ୍ପର ସହ ଓ୍ୱାନ-ଟୁ-ଓ୍ୱାନ ଯୋଗାଯୋଗ କରିପାରିବେ ବୋଲି ଅନୁମତି ଦିଆଯାଇଛି । ତେବେ ବାହାରକୁ ଗଲେ ୨ ମିଟର ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ବୋଲି ଗାଇଡଲାଉଇନରେ କୁହାଯାଇଛି ।