ମୋଟା ଲୋକଙ୍କଠାରେ କାମ କରିବନି କରୋନା ଭାକସିନ୍ ! ଗବେଷକମାନେ କରୁଛନ୍ତି ଆଶଙ୍କା

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ, ୧୦|୦୮:  ପୂର୍ବରୁ ଅନେକ ରିପୋର୍ଟରେ ମୋଟା ଲୋକଙ୍କୁ କରୋନା ବିପଦ ଅଧିକ ରହିଥିବା କୁହାଯାଇଥିଲା । ଏବେ ମୋଟାଲୋକଙ୍କୁ ନେଇ ଗବେଷକମାନେ ଏକ ବଡ ଦାବି କରିଛନ୍ତି । ଏପରିକି ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି । ଯଦି କରୋନା ଭାକସିନ୍ ଆସିଯାଏ ତେବେ ଏହା ମୋଟା ଲୋକଙ୍କ ଉପରେ କାମ ଦେବନାହିଁ । ସେମାନଙ୍କ ଉପରେ ସଂକ୍ରମଣର ଆଶଙ୍କା ପୂର୍ବପରି ରହିବ ବୋଲି କୁହାଯାଉଛି ।

ପୂର୍ବରୁ ଅନେକ ରିପୋର୍ଟରେ କୁହାଯାଇଥିଲା ଯେ, ଏନଫ୍ଲୁଏଞ୍ଜା ଓ ହେପାଟାଇଟସ୍ ଭାକସିନ୍ ମଧ୍ୟ ମୋଟା ଲୋକଙ୍କ ଉପରେ ପ୍ରଭାବ ପକାଏ ନାହିଁ । ତେଣୁ ସେମାନେ ଅତିଶୀଘ୍ର ରୋଗାଗ୍ରସ୍ତ ହୋଇପଡନ୍ତି । ଏପରିକି କେବେକେବେ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦିଏ । ଫଳରେ ସେମାନେ ମୃତ୍ୟୁବରଣ ମଧ୍ୟ କରନ୍ତି । ସେମାନଙ୍କ ଶରୀରରେ ଆଣ୍ଚିବଡି ମଧ୍ୟ କମ୍ ହୋଇଯାଏ ।

ବର୍ମିଂହାମର ଆଲବାମା ୟୁନିଭର୍ସିଟିର ପ୍ରଫେସର ଡାକ୍ତର ଚାଡ୍ ପେରିଟ୍ କହିଛନ୍ତି ଯେ, ଏପରି ନୁହେଁ ଯେ କରୋନା ଭାକସିନ୍ ମୋଟା ଲୋକଙ୍କ ଉପରେ ଜମା କାମ କରିବନି । କିନ୍ତୁ କେତେ ମାତ୍ରାରେ କାମ କରିବ ତାକୁ ନେଇ ସନ୍ଦେହ ରହିଛି ।

ସିଡିସି ଆମେରିକା ଅନୁସାରେ, ସେଠାରେ ପ୍ରାୟ ୪୨.୪ ପ୍ରତିଶତ ବୟସ୍କ ମେଗ ବହୁଳତାର ଶିକାର । ସେହିପରି ମେଦ ବହୁଳତାର ଶିକାର ଯୁବ ବର୍ଗଙ୍କ ସଂଖ୍ୟା ୧୮.୫ ପ୍ରତିଶତ । ମେଦ ବହୁଳତା ପାଇଁ ଡାଏବେଟିସ, ଷ୍ଟ୍ରୋକ୍, ହାର୍ଟ ଆଟାକ, ରକ୍ତଚାପ ଏପରିକି କ୍ୟାନସର ଭଳି ରୋଗ ହୋଇଥାଏ । ଅଧିକ ମୋଟା ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ଫଳରେ ବିଭିନ୍ନ ଭାଇରସର ମୁକାବିଲା କରିବାରେ ଶରୀର ବିଫଳ ହୁଏ । ପୂର୍ବରୁ ମଧ୍ୟ ଏପରି ଅନେକ ମାମଲା ରହିଛି ଯେଉଁଥିରେ ମୋଟା ଲୋକଙ୍କଠାରେ ଭାକସିନ୍ ପ୍ରୟୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ ।

ଓ୍ୱେଡରାବିଲ୍ଟ ୟୁନିଭର୍ସିଟି ମେଡିକାଲ ସେଣ୍ଟରର ସଂକ୍ରମଣ ରୋଗ ବିଶେଷଜ୍ଞ ପ୍ରଫେସର ବିଲିୟନ ଶେଫନର୍ କହିଛନ୍ତି ଯେ, ମୋଟା ଲୋକଙ୍କ ପାଇଁ ଇଞ୍ଜେକ୍ସନର ଆକାର ଅନେକ ଗୁରୁତ୍ୱ ବହନ କରେ । ସାଧାରଣ ଭାବେ ଭାକସିନରେ ୧ ଇଞ୍ଚର ଛୁଞ୍ଚି ଲଗାଯାଇଥାଏ । ଅଧିକ ଓଜନ ଥିବା ଲୋକଙ୍କ ଉପରେ ଏହା କୌଣସି ପ୍ରଭାବ ପକାଏ ନାହିଁ । ସେମାନଙ୍କୁ ଅଧିକ ଲମ୍ବାର ଛୁଞ୍ଚି ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.