Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ବିଶେଷଜ୍ଞଙ୍କ ଦାବି: ଡବଲ ଡୋଜ୍‌ରେ‌ କାମ କରୁଛି କରୋନା ଭାକ୍ସିନ୍‌

21/07/2020 at 6:40 PM

ନୂଆଦିଲ୍ଲୀ୨୧/୭: କରୋନା କବଳରେ ବିଶ୍ବବ୍ୟାପୀ ଦେଢ଼ କୋଟି ଲୋକ ପଡ଼ିଲେଣି, ୬ ଲକ୍ଷରୁ ଅଧିକଙ୍କ ପ୍ରାଣ ହାନି ହୋଇଛି। ତେବେ ଏହି ବିପଦରୁ ମୁକ୍ତି ମିଳିବା ପାଇଁ ଭାକ୍ସିନ ଖୁବ ଶୀଘ୍ର ଆସିବ। ଏମିତି କିଛି ଆଶା ସଞ୍ଚାର ଦୃଢ଼ୀଭୂତ ହୋଇଛି। ସେପଟେ କିଛି ବିଶେଷଜ୍ଞ କହିଛନ୍ତି  ଗୋଟିଏ ଡୋଜ୍‌ ଅପେକ୍ଷା ଦୁଇଟି ଡୋଜ୍‌ ଭାକ୍ସିନ ବେଶୀ କାମ କରୁଛି।

ଡବଲ ଡୋଜ୍‌ ଭଲ କାମ କରୁଛି। କରୋନା ଭାକ୍ସିନର ମାନବୀୟ ପରୀକ୍ଷଣର ପରେ ଏମିତି କିଛି ଦାବି କରିଛନ୍ତି ବିଶେଷଜ୍ଞମାନେ । ସେମାନଙ୍କ କହିବା ଅନୁଯାୟୀ ପ୍ରାୟ ୧ ହଜାର କ୍ୟାଣ୍ଡିଡେଟଙ୍କ ଠାରେ କରୋନା ଭାକ୍ସିନ ଦିଆଯାଇଥିଲା । ସେମାନଙ୍କ ଠାରେ ଏହାର ସୁଫଳ ଦେଖିବାକୁ ମିଳିଛି । କିନ୍ତୁ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଠାରେ ଦୁଇଟି ଡୋଜ୍‌ ଦିଆଯାଇଥିଲା ଓ  ସେମାନଙ୍କ ଠାରେ ଏହା ଅଧିକ କାମ କରୁଛି।

ଲାନ୍‌ସେ ମ୍ୟାଗାଜିନର ତଥ୍ୟ ଅନୁସାରେ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆଷ୍ଟ୍ରାଜେନେକା ଟୀକାର ମାନବୀୟ ପରୀକ୍ଷା ଆଶାନୁରୂପ ଫଳ ଦେଇଛି । ଯେଉଁମାନେ ଟୀକା ନେଇଥିଲେ ସେମାନଙ୍କୁ ସାମାନ୍ୟ ଜ୍ବର ଦେଖାଦେଇଥିଲା। ୨୪ ଘଣ୍ଟା ପରେ ସବୁକିଛି ସ୍ବାଭାବିକ ଥିବା ଟୀକା ନେଇଥିବା ଜଣେ ଭଲ୍ୟୁଣ୍ଟର ଦୀପକ ପାଲିୱାଲା ଟ୍ବିଟ କରି ଲେଖିଛନ୍ତି। ଏହି ଟୀକା ୧୪ ଦିନ ଭିତରେ ଶରୀରରେ କରୋନା ବିରୋଧରେ ଆଣ୍ଟିବଡି ସୃଷ୍ଟି କରୁଛି। ତେଣୁ କରୋନାରୁ ମୁକ୍ତି ପାଇଁ ଏହି ଟୀକା ବଡ଼ ଆଶା ସଞ୍ଚାର କରିଛି। ଟୀକାର ଉତ୍ପାଦନ ଭାରତ ସମେତ ଅନ୍ୟ କିଛି ସ୍ଥାନରେ ଆରମ୍ଭ ହୋଇସାରିଛି। ସେପଟେମ୍ବ ସୁଦ୍ଧା ୩ କୋଟି ଡୋଜ୍‌ ବ୍ରିଟେନରେ ଉପଲବ୍ଧ ହେବ। ବର୍ଷ ଶେଷ ସୁଦ୍ଧା ଶହେ କୋଟି ଟୀକା ମିଳିବ। ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୀକା ପାଇଁ ଭଲ ଖବର ଆସୁଥିବା ଜୋର ଦେଇ କହିଛନ୍ତି।

ଡବଲ ଡୋଜ୍‌ ହିଁ ସର୍ବାଧିକ ଆଣ୍ଟିବଡି ସୃଷ୍ଟି କରୁଛି।ଏପରିକି ଚୀନ ତିଆରି କରୁଥିବା ଟୀକାରେ ମଧ୍ୟ ଡବଲ ଡୋଜ ଅଧିକ ଫଳାଫଳ ଦେଉଛି। କିନ୍ତୁ ପ୍ରଶ୍ନ ହେଉଛି ଶହଶହ କୋଟି ଲୋକଙ୍କୁ କେତେ ଶୀଘ୍ର କରୋନା ଟୀକା ପହଞ୍ଚାଇ ହେବ ତାହା ବଡ଼ ଚ୍ୟାଲେଞ୍ଜ । ତେଣୁ ଡବଲ ଡୋଜ୍‌ ଦେବା ଡବଲ ଚ୍ୟାଲେଞ୍ଜ ।

   Related Posts