ଏହି ଲକ୍ଷଣରୁ ଜାଣନ୍ତୁ ଶରୀରରେ କିପରି କାମ କରୁଛି କରୋନା ଭ୍ୟାକ୍ସିନ୍

Published By : Prameya-News7 Bureau | April 30, 2021 IST

ନୂଆଦିଲ୍ଲୀ ୩୦/୦୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଅନେକ ଜୀବନ ନେଇ ସାରିଲାଣି । ଏଥିରୁ ରକ୍ଷା ପାଇବା ପାଇଁ ଏକମାତ୍ର ଉପାୟ ହେଉଛି ଭ୍ୟାକ୍ସିନ୍ ନେବା ।  ଅନେକ ଲୋକ ଏହି ଭ୍ୟାକ୍ସିନର ସାଇଡ ଇଫେକ୍ଟକୁ ଡରି ଏହାକୁ ନେବା ପାଇଁ ଡରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହାର ସାଇଡ୍ ଇଫେକ୍ଟରୁ ହିଁ ଜଣାପଡିଥାଏ କି ଭ୍ୟାକ୍ସିନ୍ ଶରୀରରେ କାମ କରୁଛି ।

{"width":589,"height":322}
PunjabKesari

ଆମେରିକାର ଏପିଡେମୋଲୋଜିଷ୍ଟ ତଥା ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଆନ୍ଥୋନି ଫାଉଚି ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ଲାଗିବା ପରେ ଟିକିଏ ଯନ୍ତ୍ରଣା ହୋଇଥାଏ । ବେଳେବେଳେ ଏହା ମଧ୍ୟ ଥଣ୍ଡା ଅନୁଭବ କରାଇଥାଏ । ଏହା ସୂଚିତ କରେ ଯେ ଆପଣଙ୍କର ଇମ୍ୟୁନ୍ ସିଷ୍ଟମ୍ ଶୀଘ୍ର କାମ କରୁଛି । '

ଫାଉଚି କହିଛନ୍ତି, 'ଯେତେବେଳେ ସେ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେଇଥିଲେ, ସେତେବେଳେ ତାଙ୍କୁ ଥକା ଲାଗୁଥିଲା, ଶରୀରରେ ଯନ୍ତ୍ରଣା ଏବଂ ଥଣ୍ଡା ଅନୁଭବ କରିଥିଲେ । ମାତ୍ର ଗୋଟିଏ ଦିନ ପରେ ଏହି ଲକ୍ଷଣଗୁଡ଼ିକ ଦୂର ହୋଇଯାଇଥିଲା । '

{"width":590,"height":330}
PunjabKesari

ଫାଉଚିଙ୍କ ଅନୁଯାୟୀ ଏହି ଭ୍ୟାକ୍ସିନ୍ ବିଭିନ୍ନ ଲୋକଙ୍କ ଉପରେ ଭିନ୍ନ ପ୍ରଭାବ ପକାଇଥାଏ । କିଛି ଲୋକଙ୍କୁ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ନେବା ପରେ ଅଧିକ ସାଇଡ୍ ଇଫେକ୍ଟ ଅନୁଭବ କରିଥିଲେ । ଏହାର କାରଣ ହେଉଛି ପ୍ରଥମ ଡୋଜ ପରେ, ଆପଣଙ୍କର ଇମ୍ୟୁନ୍ ସିଷ୍ଟମ ଭାଇରସର ଚିହ୍ନଟ କରିସାରିଥାଏ ।  ତା’ପରେ ଯେତେବେଳେ ଦ୍ୱିତୀୟ ଡୋଜ୍ ପ୍ରୟୋଗ ହୁଏ, ଏହା ଶୀଘ୍ର କାମ କରିଥାଏ । ଏହି କାରଣରୁ, ଶରୀରର ତାପମାତ୍ରା ବଢିଯାଏ ଏବଂ ଜ୍ୱର ଆଉ ଥକାପଣ ଅନୁଭବ ହୋଇଥାଏ ।

ଭ୍ୟାକ୍ସିନ୍ ନେବା ପରେ ଯଦି ଆପଣ ଜ୍ୱର, ଥକାପଣ ଏବଂ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ତରଳ ପଦାର୍ଥ ନିଅନ୍ତୁ ଏବଂ ବିଶ୍ରାମ କରନ୍ତୁ । ବେଳେବେଳେ, ଭ୍ୟାକ୍ସିନ୍ ନେବା ପରେ ବାହୁରେ ଫୁଲା ଦେଖାଯାଏ । ଏଥିରେ ଭୟଭୀତ ହୁଅନ୍ତୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.