Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କରୋନା ଭାକସିନ୍ ପାଇଁ ଦେବାକୁ ପଡିପାରେ ଅର୍ଥ, ପ୍ରତି ଡୋଜ୍‌କୁ ୨୭୦୦ ଟଙ୍କାରେ ବିକିବ ମୋଡେର୍ଣ୍ଣା

22/11/2020 at 8:05 AM

ନୂଆଦିଲ୍ଲୀ, ୨୨|୧୧: ସାରା ବିଶ୍ୱରେ ଏବେ ବି କରୋନା ଆତଙ୍କ ଜାରି ରହିଛି । ସଂକ୍ରମଣ ମାମଲା କମୁଥିଲେ ମଧ୍ୟ ବିପଦ ଟଳିନାହିଁ । ଏହି ସମୟରେ ବିଭିନ୍ନ ଭାକସିନର ପରୀକ୍ଷା ଚାଲିଛି । କିଛି କଛି ଭାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଏହାମଧ୍ୟରେ ଆମେରିକୀୟ ଭାକସିନ ମୋଡେର୍ଣ୍ଣା ଭାଇରସ ଉପରେ ୯୪.୫ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଥିବା ଦାବି ହେଉଛି । କିନ୍ତୁ କମ୍ପାନୀ ଡୋଜ୍ ହିସାବରେ ସରକାରଙ୍କୁ ଭାକସିନ୍ ବିକ୍ରି କରିବ । ପ୍ରତି ଡୋଜର ମୂଲ୍ୟ ହେବ ୨୫ ଡଲାର ବା ୧୮୫୪ ଟଙ୍କାରୁ ୩୭ ଡଲାର ବା ୨୭୪୪ ଟଙ୍କା । ଭାରତ ମଧ୍ୟ ଏହି ଭାକସିନ୍ ପାଇଁ ମୋଡେର୍ଣ୍ଣା ସହ ଆଲୋଚନା ଜାରି ରଖିଛି ।

କମ୍ପାନୀର ସିଇଓ ଷ୍ଟିଫେନ୍ ବାନସେଲ୍ କହିଛନ୍ତି ଯେ, ଭାକସିନର ମୂଲ୍ୟ ଅର୍ଡର ପରିମାଣ ଉପରେ ନିର୍ଭର କରିଥାଏ । ଏହି ଭାକସିନର ଦାମ୍ ସାମାନ୍ୟ ଫ୍ଲୁ ପାଇଁ ବ୍ୟବହୃତ ଔଷଧର ଦାମ୍ ସହ ସମାନ । ଏହା ୧୦ ଡଲାରରୁ ୫୦ ଡଲାର ମଧ୍ୟରେ ରହିବ । ତୃତୀୟ ପର୍ଯ୍ୟାୟରେ ଟିକା ଏମଆରଏନଏ-୧୨୭୩ ୯୪.୪ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଛି । ସମସ୍ତ ସୁରକ୍ଷା ମାନଦଣ୍ଡକୁ ମଧ୍ୟ ନଜରରେ ରଖାଯାଇ ଭାକସିନ୍ ପ୍ରସ୍ତୁତ ହୋଇଛି ।

ୟୁରୋପୀୟ ସଙ୍ଘ ମୋଡେର୍ଣ୍ଣାଠୁ ୨୫ ଡଲାରରୁ କମ୍ ମୂଲ୍ୟରେ ଭାକସିନ୍ ନେବାକୁ ଆଲୋଚନା କରୁଛି । ଏବେସୁଦ୍ଧା ଡିଲ୍ ହୋଇନାହିଁ । ଏହି ଭାକସିନ୍ ଏବେ ଦୁନିଆ ପାଇଁ ଆଶାର କିରଣ ଭାବେ ଉଭା ହୋଇଛି ।   ସୂଚନାଯୋଗ୍ୟ, ମୋଡେର୍ଣ୍ଣାର ଟ୍ରାଏଲର ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ ।

   Related Posts