Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଦେଶରେ କରୋନା ଭ୍ୟାକ୍‌ସିନ୍‌ର ମାନବ ପରୀକ୍ଷଣ ଆରମ୍ଭ, ସୂଚନା ଦେଲେ ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍

17/07/2020 at 5:12 PM

ନୂଆଦିଲ୍ଲୀ ୧୭/୦୭ : ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ବଢି ବଢି ଚାଲିଛି | ସାରା ଦେଶରେ ଭ୍ୟାକସିନ ବାହାର କରିବା ପାଇଁ ବୈଜ୍ଞାନିକ ଦିନ ରାତି ପ୍ରୟାସ କରୁଛନ୍ତି | ସୂଚନା ମିଳିଛି ଯେ, ଦେଶରେ କରୋନା ଭ୍ୟାକସିନ ମାନବ ପରୀକ୍ଷଣ ଆରମ୍ଭ ହୋଇଛି | ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍‌ କହିଛନ୍ତି ଯେ, ଭାରତରେ ପ୍ରସ୍ତୁତ ହୋଇଥିବା କରୋନା ଭ୍ୟାକସିନର ମାନବ ପରୀକ୍ଷଣ ପିଜିଆଇ ରୋହତକରେ ଆରମ୍ଭ ହୋଇଛି | ଭାରତ ବାୟୋଟେକ କମ୍ପାନୀ ତରଫରୁ ପ୍ରସ୍ତୁତ ହୋଇଥିବା ଭ୍ୟାକସିନର ସଫଳ ପ୍ରୟୋଗ ମୂଷା ଓ ଠେକୁଆ ଉପରେ କରାଯାଇଥିଲା | ଏହାପରେ ମାନବ ଶରୀରରେ ଏହାର ପରୀକ୍ଷଣ ଆରମ୍ଭ ହୋଇଛି | ଅନିଲ ବିଜ୍‌ଙ୍କ କହିବାନୁଯାୟୀ, ଯେଉଁମାନଙ୍କୁ ଭ୍ୟାକସିନ ଦିଆଯାଇଛି ସେମାନଙ୍କ ଉପରେ ଏପର୍ଯ୍ୟନ୍ତ ଭ୍ୟାକସିନର ନକାରାତ୍ମକ ପ୍ରଭାବ ପଡ଼ିନାହିଁ | 

ଭାରତ ବାୟୋଟେକକୁ କିଛି ଦିନ ପୂର୍ବରୁ କରୋନା ଟୀକା କୋବେକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବା ପାଇଁ ଦେଶର ଔଷଧ ନିୟାମକଙ୍କ ଠାରୁ ମଞ୍ଜୁରୀ ମିଳିଥିଲା | ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ରୋକିବା ପାଇଁ ୭ଟି ଟୀକା ବିକଶିତର ବିଭିନ୍ନ ସ୍ଥରରେ ରହିଛି | ଏଥିରୁ ଦୁଇଟି ଟୀକାକୁ ମାନବ ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିଛି | ଚଳିତ ମାସ ଆରମ୍ଭରେ ଜିଡଶ କମ୍ପାନୀ କହିଥିଲା ଯେ ଟୀକାର ମାନବ ପରୀକ୍ଷଣ ଆରମ୍ଭ କରିବାକୁ ପ୍ରାଧିକାରୀଙ୍କ ଠାରୁ ସ୍ୱୀକୃତି ମିଳିସାରିଛି |

ଦେଶରେ ସଂକ୍ରମଣ ସଂଖ୍ୟା ୧୦ ଲକ୍ଷ ପାର କରିସାରିଛି | ମୃତକଙ୍କ ସଂଖ୍ୟା ୨୫ ହଜାର ପାର କରିଛି | ଜୁଲାଇ ୧୭ ତାରିଖରେ ଜାରି ହୋଇଥିବା ତାଲିକା ଅନୁଯାୟୀ, ଗୋଟିଏ ଦିନରେ ସର୍ବାଧିକ ପାଖାପାଖି ୩୫ ହଜାର ନୂଆ ମାମଲା ସାମ୍ନାକୁ ଆସିଛି | ସଂକ୍ରମଣରେ ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ଭାରତ ଅଛି | ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର | ମହାରାଷ୍ଟ୍ର ପରେ ଦ୍ୱିତୀୟ ସ୍ଥାନରେ ତାମିଲନାଡୁ ଥିବାବେଳେ ତୃତୀୟ ସ୍ଥାନରେ ଅଛି ଦେଶର ରାଜଧାନୀ ଦିଲ୍ଲୀ |

   Related Posts