Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ପ୍ରଦାନ କରାଯିବ କୋରନା ଟିକା

12/01/2021 at 10:37 PM

ବ୍ରହ୍ମପୁର୧୨/୧: ଆସନ୍ତା ୧୬ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା ପ୍ରଦାନ କରାଯିବ। ୭୮ଟି  କୋଲ୍ଡ୍ ଚେନ୍ ପେଣ୍ଟ୍‌ରେ ଟୀକା ଗୁଡିକୁ ସୁରକ୍ଷିତ ଭାବେ ରଖାଯିବ। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୫,୧୦୬ ଜଣଙ୍କୁ ଟୀକା ପ୍ରଦାନ କରିବା ପାଇଁ ସ୍ଥିର ହୋଇଛି। ଜିଲ୍ଲାର ୧୪୨ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୧୦୫ ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ହେଲଥ କର୍ମଚାରୀଙ୍କୁ ପ୍ରଥମେ ଟୀକା ପ୍ରଦାନ କରାଯିବ।

୧୧ ଟି ଟୀକା ପ୍ରଦାନ କେନ୍ଦ୍ରରେ ଟୀକା ପ୍ରଦାନ କରାଯିବ। ପ୍ରତି କେନ୍ଦ୍ର ଗୁଡିକରେ ୧୦୦ ଜଣ ଲେଖାଏଁ ହେଲଥ କର୍ମଚାରୀଙ୍କୁ ଦୈନିକ ମୋଟ  ୧୧୦୦ ଜଣଙ୍କୁ ଟୀକା ପ୍ରଦାନ କରିବାକୁ ସ୍ଥିର ହୋଇଥିବା ଏକ ବୈଠକରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ବ୍ରହ୍ମପୁର ସିଟି ମେଡିକାଲ୍,  ବ୍ରହ୍ମପୁର ଏମ୍  କେ ସି ଜି ମେଡିକାଲ,  ଜନାନ୍ ହସ୍ପିଟାଲ୍,  ଆସ୍କା ଉପଖଣ୍ଡ ଚିକିତ୍ସାଳୟ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ,  ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ,  ଆସ୍କା ଅପର୍ ପ୍ରାଇମେରୀ ହେଲଥ ସେଣ୍ଟର, କମ୍ୟୁନିଟି ହେଲଥ ସେଣ୍ଟର୍ ସୁମଣ୍ଡଳ,  ଚିକିଟି,  ଧରାକୋଟ୍,  ବେଲଗାଁ ରେ ଟୀକା ପ୍ରଦାନ କରାଯିବ ବୋଲି ଗଞାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts