କରୋନା ଭାକସିନର ଆଜି ହେବ ଡ୍ରାଏ ରନ୍, ଟିକାକରଣ ପାଇଁ କରାଯିବ ମକଡ୍ରିଲ୍

Published By : Prameya-News7 Bureau | December 28, 2020 IST

ନୂଆଦିଲ୍ଲୀ,୨୮/୧୨:କରୋନା ଭାଇରସର ଟିକାକରଣ ପୂର୍ବରୁ ହେବାକୁ ଥିବା ଡ୍ରାଏ ରନ୍ ସୋମବାରଠାରୁ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି । ଏହା ମଙ୍ଗଳବାର ଯାଏଁ ଚାଲିବ । ପଞ୍ଜାବ ସମେତ ଅନେକ ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ଟିକାକରଣର ପ୍ରସ୍ତୁତିର ଟ୍ରାଏଲ୍ ହେବ । ଏହାକୁ ମକଡ୍ରିଲ୍ ବୋଲି ମଧ୍ୟ କୁହାଯାଉଛି । ଏହି ସମୟରେ କାହାକୁ ଟିକା ଦିଆଯିବ ନାହିଁ କିନ୍ତୁ ସମ୍ପୂର୍ଣ୍ଣ ଭାବେ ପ୍ରକ୍ରିୟାକୁ ପାଳନ କରାଯିବ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରବିବାର କହିଛି ଯେ, ପଞ୍ଜାବ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟରେ ଏହି ଟ୍ରାଏଲ ହେବ । ଏହି ରାଜ୍ୟରେ ଟିକାକରଣ ପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ଏହି ସମୟରେ କୋଲଡ୍ ଚେନରୁ ନେଇ ପଞ୍ଜୀକରଣ ଓ ଟିକା ବୁଥରେ ଡୋଜ୍ ଉପରେ ନଜର ରଖାଯିବ । ସେହିପରି ଚିକିତ୍ସା ଟିମ୍ ଜିଲ୍ଲା ସ୍ତରରେ ଏହି କାମ୍ କରିବ ।

କୋଭିନ୍ ଆପ୍ ଓ ଓ୍ୱେବସାଇଟରେ ଲଗ୍ ଇନ୍ କରି ଜିଲ୍ଲା ପ୍ରଶାସନ ସମସ୍ତ ତଥ୍ୟ ପ୍ରଦାନ କରିବ । ଡିସେମ୍ବର ୨୯ ଯାଏଁ ଟ୍ରାଏଲ ରନ୍ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି । ଏଥିରେ ସାମାଜିକ ଦୂରତାକୁ ଜୋର୍ ଦିଆଯିବ । କାର୍ଯ୍ୟକ୍ରମ ସହ ଜଡିତ ସମସ୍ତ ଏସଓପି କେନ୍ଦ୍ର ସରକାର ରାଜ୍ୟ ପାଇଁ ଜାରି କରି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.