ରାଜ୍ୟରେ ଆସନ୍ତାକାଲିଠୁ କରୋନା ଟିକାର ଡ୍ରାଏ ରନ୍

Published By : Prameya-News7 Bureau | January 01, 2021 IST

ଭୁବନେଶ୍ବର ୧।୧: ଆସନ୍ତାକାଲି ରାଜ୍ୟର ୩୧ଟି ସ୍ଥାନରେ କରୋନା ଟିକାର ଡ୍ରାଏ ରନ୍ ହେବ ।  ୩୦ଟି ଜିଲ୍ଲା ମୁଖ୍ୟାଳୟ ଏବଂ କ୍ୟାପିଟାଲ ହସ୍ପିଟାଲରେ ପ୍ରସ୍ତୁତି ହୋଇଛି । ଗୋଟିଏ କେନ୍ଦ୍ରରେ ୨୫ ଜଣଙ୍କୁ  ଏହି ଡ୍ରାଏ ରନ୍ ହେବ । ଟିକା ଆସିଲେ ପ୍ରଥମେ ରାଜ୍ୟ ଟିକା ଷ୍ଟୋରରେ ରହିବ । ତାପରେ ସେଠାରୁ ୯ଟି ଆଞ୍ଚଳିକ ଟୀକା ଷ୍ଟୋରକୁ ପାଠଯିବ । ଆଞ୍ଚଳିକ ଷ୍ଟୋରରୁ ୩୨ଟି ଜିଲ୍ଲା ଟିକା ଷ୍ଟୋରକୁ ପଠାଯିବ। ସେଠାରୁ ୧୨୨୨ଟି କୋଲ୍ଡ ଚେନ୍ ପଏଣ୍ଟକୁ ପଠାଯିବ । ସେଠାରୁ ୨୯୨୭୨ ସେସନ ସାଇଟକୁ ପଠାଯିବ । ସେଠାରେ ଟୀକା ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.