ଦେଶବ୍ୟାପୀ କରୋନା ଟିକାର ଡ୍ରାଏ ରନ୍, ରାଜଧାନୀର ସମ୍ ହସ୍ପିଟାଲ ସମେତ ୨ ଟି ସ୍ଥାନରେ ହେଲା ଡ୍ରାଏ ରନ୍

Published By : Prameya-News7 Bureau | January 08, 2021 IST

ଭୁବନେଶ୍ୱର ୦୮।୦୧: ଦେଶବ୍ୟାପୀ ଟିକାକରଣର ଆଉ ଏକ ଡ୍ରାଏ ରନ। ଟିକାକରଣ ପୂର୍ବରୁ ପୂର୍ବାଭ୍ୟାସ । ଦିନ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୁଇଘଣ୍ଟା ଧରି ହୋଇଛି ଡ୍ରାଏ ରନ୍ । ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଡ଼୍ରାଏ ରନ୍ ଚାଲିଛି ।

ଏଥର ୩ ପ୍ରକାର ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ୍ ଚାଲିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜ୍ ସହ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ୍ ଚାଲିଛି । ଭୁବନେଶ୍ୱର ୟୁନିଟ୍‌-୪ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ରାଏ ରନ୍‌ ହୋଇଛି । ରାଜଧାନୀର ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲକୁ ମଧ୍ୟ ଟିକାକରଣ ପାଇଁ ଅନୁମତି ମିଳିଛି । ଡ୍ରାଏ ରନ୍‌ ସକାଳ ୧୦ଟାରୁ ୧୨ ଯାଏ ଚାଲିବ ବୋଲି ସୂଚନା ମିଳିଛି । ଖୁବଶୀଘ୍ର ମଞ୍ଜୁରୀ ମିଳିଥିବା ଦୁଇଟି ଭାକସିନ୍ କୋଭିସିଲଡ୍ ଏବଂ କୋଭାକ୍ସିନ୍ ଉପଲବ୍ଧ ହେବ ।

ତେବେ ଏହି ଡ୍ରାଏରନ୍ ସମୟରେ ଟିକାକରଣ କେନ୍ଦ୍ରର ବ୍ୟବସ୍ଥା, ଟିକା ଯୋଗାଣ ଲାଗି କୋଲ୍ଡଚେନ୍ ସିଷ୍ଟମ, ବାୟୋ ମେଡିକାଲ୍ ୱେଷ୍ଟ ମ୍ୟାନେଜମେଣ୍ଟ ଏବଂ କୋ-ୱିନ ସଫ୍ଟୱେର୍ ରେ ରିପୋର୍ଟିଂ ଭଳି ପ୍ରକ୍ରିୟା ସହ ଭାକସିନେସନ୍ ଟିମ୍ କୁ ପରିଚିତ କରିବା ଲକ୍ଷ୍ୟ ରହିଛି । ପ୍ରତି ଜିଲ୍ଲାର ୩ଟି କେନ୍ଦ୍ର- ଗୋଟିଏ PHC, CHC ଏବଂ ମେଡିକାଲ କଲେଜରେ ଡ୍ରାଏରନ୍ ବ୍ୟବସ୍ଥା କରାଯାଇଛି । ଟିକାକରଣ ସମୟରେ ଯଦି କାହା ଶରୀରରେ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ତେବେ କଣ କରିବାକୁ ହେବ ସେନେଇ ଆଲୋଚନା କରାଯାଇଛି । ଟିକାକରଣ ପରେ ଭାକସିନ୍ କେନ୍ଦ୍ରରେ ଥିବା ପ୍ରତୀକ୍ଷାଳୟରେ ଅଧଘଣ୍ଟା ଅବଜରଭେସନରେ ରହିବେ । ସେଠାରେ ସ୍ବତନ୍ତ୍ର FFI କିଟ୍ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.