Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଏବେ ହ୍ବାଟସଆପ୍‌ରେ ମିଳିବ କରୋନା ଟିକାଦାନ କେନ୍ଦ୍ରର ସୂଚନା, ଆପଣଙ୍କ ଫୋନ୍‌ରେ ସେଭ୍ କରନ୍ତୁ ଏହି ନମ୍ବର

3/05/2021 at 7:43 PM

ନୂଆଦିଲ୍ଲୀ ୩।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିରୁ ରକ୍ଷା ପାଇବା ପାଇଁ କୋଭିଡ୍ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । କରୋନା ଟିକାକୁ ନେଇ ଏବେ ବି ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ରହିଛି । ମାତ୍ର ଏହି ସମୟରେ ଯେଉଁ ପ୍ରଶ୍ନ ସବୁଠୁ ଅଧିକ ସର୍ଚ୍ଚ କରାଯାଉଛି ତାହା ହେଉଛି ନିକଟବର୍ତ୍ତୀ ଟିକାକରଣ କେନ୍ଦ୍ର କେଉଁଠାରେ ଅବସ୍ଥିତ ? ଯଦି ଆପଣ ମଧ୍ୟ ଏ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଫେସବୁକ୍ ର ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପ୍ ରେ ଚାଟ୍ କରୁ କରୁ ହିଁ ଘର ନିକଟରେ ଥିବା ଟିକାକରଣ କେନ୍ଦ୍ର ସଂପର୍କରେ ସୂଚନା ପାଇପାରିବେ ।

MyGovIndia ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଏ ସଂପର୍କରେ ସୂଚନା ଦିଆଯାଇଛି ଯେ, ହ୍ବାଟସଆପ୍ ରେ MyGov Corona Helpdesk ଏବେ ଲୋକଙ୍କ ନିକଟତମ ଟିକାକରଣ କେନ୍ଦ୍ର ସଂପର୍କରେ ସୂଚନା ଦେବ । ଏହା ହିନ୍ଦୀ ଏବଂ ଇଂଗ୍ରାଜୀ ଉଭୟ ଭାଷାରେ ଉପଲବ୍ଧ ହେବ ।

 ଯଦିଓ ଡିଫଲ୍ଟ ଭାଷା ଇଂରାଜୀ ଅଟେ କିନ୍ତୁ ଆପଣ ଚାହିଁଲେ ଭାଷାକୁ ହିନ୍ଦୀରେ ମଧ୍ୟ ପରିବର୍ତ୍ତନ କରିପାରିବେ । ବର୍ତ୍ତମାନ ଆପଣ ଭାବୁଥିବେ ଯେ ଆପଣଙ୍କୁ କେଉଁ ନମ୍ବରକୁ ମେସେଜ୍ କରିବାକୁ ପଡିବ, ଅର୍ଥାତ୍, ସବିଶେଷ ତଥ୍ୟ ପାଇବା ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ ? ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପ୍ରକ୍ରିୟା…

୧- ପ୍ରଥମେ ଆପଣଙ୍କୁ ଆପଣଙ୍କ ଫୋନରେ ୯୦୧୩୧୫୧୫୧୫ ନମ୍ବର ସେଭ୍ କରିବାକୁ ପଡିବ ।

୨- ନମ୍ବର ସେଭ୍ କରିବା ପରେ ଫୋନରେ ହ୍ବାଟସଆପ୍ ଖୋଲନ୍ତୁ ।

୩- ହ୍ବାଟସଆପ୍ ଖୋଲିବା ପରେ ସେଭ୍ କରିଥିବା ନମ୍ବର ସହିତ ଚାଟ୍ ବକ୍ସ ଖୋଲନ୍ତୁ ।

୪- Namaste ଲେଖି ପଠାନ୍ତୁ । ଚାଟବାଣ୍ଟ ଆପଣଙ୍କୁ ୯ଟି ବିକଳ୍ପ ସହ ରିପ୍ଲାଏ କରିବ ।

୫- ଟିକାକରଣ ସଂପର୍କରେ ସୂଚନା ପାଇବାକୁ, ଆପଣଙ୍କୁ ୧ ଲେଖି ପଠାଇବାକୁ ପଡିବ ।

୬- ଏହାପରେ ଆପଣଙ୍କୁ ୨ଟି ବିକଳ୍ପ ମିଳିବ, ସେଥିମଧ୍ୟରୁ  ଟିକାକରଣକେନ୍ଦ୍ରର ସୂଚନା ପାଇଁ  ଆପଣଙ୍କୁ ୧ ଲେଖି ପଠାଇବାକୁ ପଡିବ ।

୭- ଏହାପରେ ଆପଣଙ୍କୁ PIN କୋଡ୍ ଦେବା ପାଇଁ କୁହାଯିବ ।

୮- ଯେତେବେଳେ ଆପଣ ଆପଣଙ୍କ ଅଞ୍ଚଳର ପିନ୍ କୋଡ୍ ଲେଖି ପଠାଇବେ ନିକଟରେ ଥିବା ଟିକାକରଣ କେନ୍ଦ୍ର ବିଷୟରେ ସୂଚନା ପାଇଯିବେ ।

   Related Posts