ଦିନକରେ ସର୍ବାଧିକ ୬୧ ହଜାର ୫୭୩ କରୋନା ପଜିଟିଭ୍, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ଛୁଇଁବ, ଏବେ ଭ୍ୟାକ୍ସିନ୍ ପାଇଁ ଜୋର୍ କସରତ, ଦୌଡରେ ଆଗରେ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭାରତ ବାୟୋଟେକ୍

Published By : Prameya-News7 Bureau | August 08, 2020 IST

ନୂଆଦିଲ୍ଲୀ, ୦୮|୦୮:  ଦେଶରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧ଲକ୍ଷ ମୁହାଁ ହୋଇଥିବା ବେଳେ ଗତ ୨୪ଘଣ୍ଟା ଭିତରେ ସାମ୍ନାକୁ ଆସିଛନ୍ତି ୬୧ହଜାର ୫୭୩ ନୂଆ ପଜିଟିଭ୍‌ । ଦେଶରେ କରୋନା ସ୍ଥିତିରେ ନିୟନ୍ତ୍ରଣ ପାଇଁ ଭ୍ୟାକ୍ସିନ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ଯହେତୁ ଏବେ ୬ଟି ଭ୍ୟାକ୍ସିନର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ଅଛି ସେଥିପାଇଁ ଦେଶର ଆବଶ୍ୟକତା ଅନୁସାରେ ଭ୍ୟାକ୍ସିନ କଣିବାକୁ ଏକ ଏକ୍ସପର୍ଟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର ।ସେପଟେ ସେରମ ଇନଷ୍ଟିଚ୍ୟୁଟ ଭ୍ୟାକ୍ସିନ ଖୁବଶିଘ୍ର ବଜାରକୁ ଛାଡିବାକୁ ପ୍ରସ୍ତୁତ ହେଉଥିବା ବେଳେ ଭାରତ ବାୟୋଟେକ ଭ୍ୟାକ୍ସିନ ଉତ୍ପାଦନ କରିବାକୁ ଅଣ୍ଟା ଭିଡ଼ିଛି ।

{"id":311768,"width":746,"height":450,"sizeSlug":"large"}

ଦେଶରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୬୧ ହଜାର ୫୩୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ସହ ଦେଶରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୨୦ଲକ୍ଷ ୮୮ହଜାରରେ ପହଞ୍ଚିଛି।  ତେବେ ବର୍ତମାନ ପରିସ୍ଥିତିରେ କରୋନା ନିୟନ୍ତ୍ରଣ ପାଇଁ  ଭ୍ୟାକ୍ସିନ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ଯେହେତୁ ଏବେ ୬ଟି ଭ୍ୟାକ୍ସିନର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି ସେଥିପାଇଁ ଦେଶର ଆବଶ୍ୟକତା ଅନୁସାରେ ଭ୍ୟାକ୍ସିନ କଣିବାକୁ ଏକ ଏକ୍ସପର୍ଟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର।  କେଉଁ ଭ୍ୟାକ୍ସିନ କେତେ ପରିମାଣରେ କିଣାଯିବ, କିଭଳି ଏହାର ବଣ୍ଟନ କରାଯିବ ସେସବୁର ତଦରାଖ କରିବ ଏହି କମିଟି । ଏହି କମିଟିରେ ନୀତି ଆୟୋଗ ସ୍ବାସ୍ଥ୍ୟ ବିଭାଗ , ଆଇସିଏମଆର, ଏମସ ଆଦି ସଂସ୍ଥାର ପ୍ରତିନିଧି ରହିବେ ।

ସେପଟେ ଭ୍ୟାକ୍ସିନ ପାଇଁ ଗାଭି ଓ ବିଲଗେଟ ଫାଉଣ୍ଡେସନ ସହ ହାତ ମିଳାଇଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ।  ପାଖାପାଖି ୧୦ କୋଟି ଭ୍ୟାକ୍ସିନ ଉତ୍ପାଦନ କରିବା ପାଇଁ ଟାର୍ଗେଟ ରଖିଛି ସେରମ ଇନଷ୍ଟିଚ୍ୟୁଟ । ପ୍ରତି ଡୋଜ ତିନି ଡଲାର ବା ୧୨୫ ଟଙ୍କା ଭିତରେ ରଖିବାକୁ ନିଷ୍ପତି ନେଇଛି।  ଏହା ସହ ଭାରତ ବୟୋଟେକ କମ୍ପାନୀ ମଧ୍ୟ ଭ୍ୟାକ୍ସିନର ମାନବ ପରୀକ୍ଷଣ ଶେଷ କରିଛି। କମ୍ପାନୀ ପକ୍ଷରୁ କୋ ଭ୍ୟାକ୍ସିନ ଉତ୍ପାଦନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଖୁବ ଶିଘ୍ର କୋଭ୍ୟାକ୍ସିନ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି ।  

ଦେଶରେ କରୋନା ସଂକ୍ରମଣ ଉପରେ ରୋକ୍‌ ଲଗାଇବାକୁ  ସମସ୍ତ ଗ୍ରୋସରୀ ଓ ପରିବା ବିକାଳିଙ୍କ କରୋନା ଟେଷ୍ଟ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ।  କରୋନା ଜନିତ ମୃତ୍ୟୁ ହାର ଯେଭଳି ୧ ପ୍ରତିଶତ ଭିତରେ ରହିବ ତାକୁ ନଜରରେ ରଖି କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.