ଫେବୃୟାରୀ ସୁଦ୍ଧା ଭାରତକୁ ଆସିଯିବ କରୋନା ଭ୍ୟାକସିନ୍ : MRP ଠୁ ୫୦ପ୍ରତିଶତ କମ୍‌ରେ ମିଳିବ ଟୀକା

Published By : Prameya-News7 Bureau | November 23, 2020 IST

ନୂଆଦିଲ୍ଲୀ ୨୩/୧୧: ଭାରତରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିଗଲାଣି। କିନ୍ତୁ ଆଶ୍ବସ୍ତିକର କଥା ହେଉଛି ଏହା ଯେ ଆମେ କରୋନା ଭ୍ୟାକସିନକୁ ନେଇ ଖୁବ୍ ସକରାତ୍ମକ ଭାବେ ଆଗକୁ ବଢ଼ୁଛୁ। ଅନେକ ଭ୍ୟାକସିନ ନିର୍ମାତା କମ୍ପାନୀର ପରୀକ୍ଷା ଅନ୍ତିମ ପର୍ଯ୍ୟାୟରେ ରହିଛି। ଯଦି ସବୁ କିଛି ଠିକ୍ ରହିଲା ତେବେ ଭାରତରେ ଜାନୁୟାରୀ ଶେଷ କିମ୍ବା ଫେବୃୟାରୀ ଆରମ୍ଭ ସପ୍ତାହରେ ଲୋକଙ୍କୁ ଭ୍ୟାକସିନ ମିଳିପାରେ। କେବଳ ଏତିକି ନୁହେଁ,ଏହାର ଫାଇଦା ସମାଜର ସବୁ ବର୍ଗର ଲୋକଙ୍କୁ ହେଉ ଏଥିପାଇଁ ମଧ୍ୟ ସରକାର ଯୋଜନା କରୁଛନ୍ତି। ପ୍ରଧାନମନ୍ତ୍ରୀ ନିକଟରେ କହିଥିଲେ ଯେ ଆମେ ଭ୍ୟାକସିନର ଭଣ୍ଡାରଣଠୁ ଆରମ୍ଭ କରି ବିତରଣ ଯାଏଁ ଯୋଜନା ଉପରେ କାମ କରୁଛୁ।

ଯଦି ଫେବୃୟାରୀ ସୁଦ୍ଧା ଭ୍ୟାକସିନ ଆସି ଯାଉଛି ତେବେ ସର୍ବପ୍ରଥମେ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯିବ। ଏଥିରେ ଡାକ୍ତର,ନର୍ସ ଏବଂ ନଗରପାଳିକା କର୍ମଚାରୀ ସାମିଲ ଅଛନ୍ତି। ଫେବୃୟାରୀ ସୁଦ୍ଧା ଭ୍ୟାକସିନ ଆସିବାର ସମ୍ଭାବନା ରହିଛି କାରଣ ଯଦି ବ୍ରିଟେନରେ ଭ୍ୟାକସିନ ବ୍ୟବହାରକୁ ମଞ୍ଜୁରୀ ମିଳୁଛି ତେବେ ଭାରତ ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ମଧ୍ୟ ଖୁବ୍ ଶୀଘ୍ର ଅକ୍ସଫୋର୍ଡ଼-ଏଷ୍ଟ୍ରାଜେନେକା ଭ୍ୟାକସିନ ପାଇଁ ଜରୁରୀକାଳୀନ ଉପଯୋଗର ମଞ୍ଜୁରୀ ଦେବାକୁ ଯୋଜନା କରୁଛି।

ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଜରୁରୀକାଳୀନ ଉପଯୋଗ ପାଇଁ ଆବେଦନ କରିବାର ଆବଶ୍ୟକତା ହେବ। କମ୍ପାନୀ ଡିସେମ୍ବରରେ ଏଥିପାଇଁ ଆବେଦନ କରିବ। କେନ୍ଦ୍ର ସରକାର ଭ୍ୟାକସିନ କିଣିବା ପାଇଁ ଭ୍ୟାକସିନ ପ୍ରସ୍ତୁତ କରୁଥିବା କମ୍ପାନୀ ସହ ଏକ ଚୁକ୍ତି କରୁଛି। ସରକାର ଏହି କମ୍ପାନୀ ଗୁଡ଼ିକଠୁ ଉପଯୁକ୍ତ ମୂଲ୍ୟରେ ଭ୍ୟାକସିନ୍ କିଣିବା କଥା କହିଛି। ଦୁଇଟି ସଟ୍ ଥିବା ଟୀକା ପାଇଁ ୫୦୦-୬୦୦ଟଙ୍କା ଦେବାକୁ ପଡ଼ିବ। ସେଥିରୁ ଅଧା ମୂଲ୍ୟରେ କିଣିବାର ଯୋଜନା ସରକାର କରୁଛି। ଯଦି ସବୁକିଛି ଯୋଜନା ମୁତାବକ ହୋଇଯାଏ ତେବେ ଆମେ ଆଶା କରୁଛୁ ଯେ ଜାନୁୟାରୀ-ଫେବୃୟାରୀ ସୁଦ୍ଧା ଭ୍ୟାକସିନ୍ ଭାରତକୁ ଆସିଯାଇଥିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.