ଡିସେମ୍ବର ସୁଦ୍ଧା ଆସିଯିବ କରୋନା ଭ୍ୟାକ୍‌ସିନ୍‌ ! ସାରା ଦେଶରେ ଦିଆଯିବ ମାଗଣା ଟିକା

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫।୦୮: ସାରା ଦେଶରେ ଏବେ କରୋନା ସ୍ଥିତି ସାଙ୍ଗାତିକ ରହିଛି । ଦେଶର  ସମସ୍ତ ବୈଜ୍ଞାନିକ ଓ ଗବେଷକଙ୍କ ଉଦ୍ୟମ ଚାଲିଛି କିପରି ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିବା । ତେବେ ଭ୍ୟାକ୍‌ସିନ୍‌ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଚଳିତ ବର୍ଷ ଶେଷ ବେଳକୁ ଦେଶରେ କରୋନା ଭ୍ୟାକ୍‌ସିନ୍‌ ଉପଲବ୍ଧ ହେବ ବୋଲି ଜଣାପଡିଛି । ଦେଶରେ ଭ୍ୟାକ୍‌ସିନରର ଉପଲବ୍ଧ ହେବା ପରେ ସମସ୍ତଙ୍କୁ ମାଗଣାରେ ଟୀକାକରଣ କରାଯିବ ବୋଲି ମଧ୍ୟ ସୂଚନା ରହିଛି । ଯାହା ପାଇଁ ସରକାର ପୂର୍ବରୁ ରୋଡମ୍ୟାପ୍‌ ପ୍ରସ୍ତୁତ କରିସାରିଛନ୍ତି  ।

ରାଷ୍ଟ୍ରୀୟ ଟୀକାରଣ କାର୍ଯ୍ୟକ୍ରମ ଅନୁଯାୟୀ ଭାରତୀୟଙ୍କ ଭ୍ୟାକସିନ୍‌ ମାଗଣାରେ ଯୋଗାଯିବ । ସେରମ୍‌ ଇନଷ୍ଟିଚ୍ୟୁଟ୍କୁ ଭାରତରେ ଭ୍ୟାକ୍‌ସିନ୍‌ Covishieldର ପରୀକ୍ଷଣ ପାଇଁ ବିଶେଷ ନିର୍ମାଣ ପ୍ରାଥମିକତା ଲାଇସେନ୍ସ ଜାରି କରାଯାଇଛି । ଏହାସହିତ ଫାଷ୍ଟ ଟ୍ରାକ ଟ୍ରାଏଲ୍‌ ପ୍ରୋଟାକୋଲ ପ୍ରକ୍ରିୟାକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି । ଯାହାକି ୫୮ଦିନ ମଧ୍ୟରେ ପୁରା ହେବ । ପୂର୍ବରୁ ପୁରୁଣା ନିୟମ ଅନୁସାରେ ତୃତୀୟ ପର୍ଯ୍ୟାୟର ପରୀକ୍ଷା ପାଇଁ ୭ରୁ ୮ ମାସ ସମୟ ଲାଗିଥାଏ ।

Covishield ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ପ୍ରଥମ ଡୋଜ୍‌ ଶନିବାର ଦିନ କିଛି ସ୍ୱେଚ୍ଛାସେବୀଙ୍କୁ ଦିଆଯାଇଛି । ୨୯ଦିନ ପରେ ଏହାର ଦ୍ୱିତୀୟ ଡୋଜ୍‌ ଦିଆଯିବ । ଏହାପରେ ଆସନ୍ତା ୧୫ଦିନ ମଧ୍ୟରେ ଦିଆଯାଇଥିବା ଦ୍ୱିତୀୟ ଡୋଜ୍‌ର ଡାଟା ଅଧ୍ୟୟନ କରାଯିବ । ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ତେବେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ ସୁଚନାନୁସାରେ, ୨୨ଅଗଷ୍ଟକୁ ଦେଶର ପ୍ରାୟ ୧୭ଟି କେନ୍ଦ୍ରରେ ୧୬୦୦ସ୍ୱେଚ୍ଛାସେବୀଙ୍କ ଠାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି । ପୂରା ପରୀକ୍ଷଣ ଆଇସିଏମ୍‌ଆର୍‌ର ଗାଇଡଲାଇନ୍‌ ମୁତାବିକ ଚାଲିଛି । ରବିବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ଦେଶରେ ପ୍ରସ୍ତୁତ ହେଉଥିବା ୪ଟି ଭ୍ୟାକ୍‌ସିନ୍‌ର ମଧ୍ୟରୁ ଗୋଟିଏର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଯାହାର ପରିମାଣ ବର୍ତ୍ତମାନ ସୁଦ୍ଧା ଭଲ ଆସିଛି

ସେହିପରି କେନ୍ଦ୍ର ସରକାରଙ୍କ ମଧ୍ୟ ଏହି ସଙ୍କେତ ବହୁ ଦେଇସାରିଛନ୍ତି କି , ସାରାଦେଶରେ ମାଗଣାରେ ଟୀକାକରଣ କରାଯିବ । ଯେଉଁଥିପାଇଁ ରୋଡମ୍ୟାପ୍‌  ବି ପ୍ରସ୍ତୁତ ହୋଇସାରିଛି । ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ ୬୮କୋଟି ଭ୍ୟାକ୍‌ସିନ୍‌ କିଣିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ବିଲ୍‌ ଓ ମାଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‌ ମଧ୍ୟ ସେରମ୍‌ ଇନ୍‌ଷ୍ଟିଚ୍ୟୁଟକୁ ୧୧୨୫ କୋଟି ଟଙ୍କାର ଅନୁଦାନ ଦେବାର କଥା କହିଛି । ଏହି ଅନୁଦାନ ଗରିବ ଦେଶମାନଙ୍କ ପାଇଁ ୧୦କୋଟି ଲେଖାଏଁ ଟୀକା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରିବ । ଏହି ଅନୁଦାନ ପରେ  ସେରମ୍‌ ଇନ୍‌ଷ୍ଟଚ୍ୟୁଟ ୧୦୦୦ଟଙ୍କାର ଟୀକାକୁ ୨୫୦ଟଙ୍କାରେ ଉପଲବ୍ଧ କରାଇବ ବୋଲି ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.