ରାଜ୍ୟରେ କାଲିଠୁ ପୁଣି ଟିକାକରଣ: ୭ରୁ ୧୦ ଦିନ ଭିତରେ ପ୍ରଥମ ପଯ୍ୟାୟ ଟିକାକରଣ ସାରିବାକୁ ସରକାରଙ୍କ ଲକ୍ଷ୍ୟ
17/01/2021 at 6:20 PM

ଭୁବନେଶ୍ୱର ୧୭/୦୧ : ରାଜ୍ୟରେ କାଲିଠୁ ପୁଣି ଟିକାକରଣ ଚାଲିବ। ବଢିବ ଟିକାକରଣ କେନ୍ଦ୍ର ସଂଖ୍ୟା। ଗୋଟିଏ ଗୋଟିଏ କେନ୍ଦ୍ରରେ ଶହେ ବଦଳରେ ୨୦୦ ଜଣଙ୍କୁ ଟିକା ଦିଆଯିବ। ସେପଟେ ଟିକା ନେଇ ପାର୍ଶ୍ବ ପ୍ରତିକ୍ରିୟା ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି। ତେବେ ଟିକା ସୁରକ୍ଷିତ ବୋଲି ପୁଣିଥରେ ସରକାର କହିଛନ୍ତି। ପ୍ରଥମ ଦିନ ଟିକାକରଣ ସଫଳତା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ୭ରୁ ୧୦ ଦିନ ଭିତରେ ପ୍ରଥମ ପଯ୍ୟାୟ ଟିକା କରଣ ସାରିବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି । ସେପଟେ ଟିକାକରଣର ପାର୍ଶ୍ବ ପତିକ୍ରିୟା ନେଇ ସୋସିଆଲ ମିଡିଆରେ କୈଣସି ଗୁଜବ ନକରିବାକୁ ବା ଗୁଜବରେ ବିଶ୍ବାସ ନକରିବାକୁ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ।
ଦିନକ ବିରତି ପରେ କାଲିଠୁ ରାଜ୍ୟରେ ପୁଣି ତ୍ବରାନ୍ବିତ ହେବ ଟିକାକରଣ। ବଢିବ ଟିକାକରଣ କେନ୍ଦ୍ର। ଶହେ ବଦଳରେ ଟୋଟିଏ ଗୋଟିଏ ଟିକାକରଣ କେନ୍ଦ୍ରରେ ୨ ଶହ ଜଣଙ୍କୁ କରୋନା ଟିକା ଦିଆଯିବ। ପ୍ରଥମ ଦିନର ଟିକାକରଣ ସଫଳତା ପରେ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଗତକାଲି ପ୍ରଥମ ଦିନରେ ରାଜ୍ୟରେ ୧୩ ହଜାର ୯୮୦ ଜଣ ଲୋକଙ୍କୁ ଟିକା ଦିଆଯାଇଛି। ୬ଟି ଜିଲ୍ଲାରେ ଶତ ପ୍ରତିଶତ ଆଚିଭମେଣ୍ଟ୍ ହୋଇଛି। ଏହି ସଫଳତାକୁ ଦେଖି କାଲିଠୁ ରାଜ୍ୟରେ ଟିକା କରଣ କେନ୍ଦ୍ର ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସବୁ ଘରୋଇ ଓ ସରକାରୀ ମେଡିକାଲ କଲେଜରେ ୫ଟି ଟିକାକରଣ ସେଣ୍ଟର ହେବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନରେ ଟିକାକରଣ କରାଯିବ। ପ୍ରତି ଟିମରେ ୫ ଜଣ ବଦଳରେ ୬ ଜଣ ଭ୍ୟାକ୍ସିନ ଇନଚାର୍ଜ ରହିବେ। କିନ୍ତୁ ପିଏଚସି ଓ ସିଏଚସି ଟୀକା କରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକାକରଣ କରାଯିବ

ଢେଙ୍କାନାଳ, ସାଲେପୁର ଓ ରାୟଗଡ଼ାରେ ୩ ଜଣ ଅସୁସ୍ଥ ହୋଇଥିବା ସନ୍ଦେହ ହୋଇଥିଲା। ତେବେ ଏହା ଟିକାର ପାର୍ଶ୍ବ ପ୍ରତିକ୍ରିୟା ନଥିଲା ବରଂ ନର୍ଭସନେସ ଯୋଗୁଁ ଦେହରୁ ଝାଳ ବାହାରିବା ପରି କୁହାଯାଇଛି। ସେହିପରି ଦିଲ୍ଲୀରେ ୫୨ଜଣଙ୍କ ଠାରେ ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା।। ୨୨ ବର୍ଷ ଜଣେ ସିକ୍ୟୁରିଗାର୍ଡ ଟିକା ନେବା ପରେ ତାଙ୍କ ଦେହରେ ଆଲର୍ଜି ବାହାରିବାରୁ ତାଙ୍କୁ ଏମ୍ସରେ ଚିକିତ୍ସା କରାଯାଇ ଛାଡି ଦିଆଯାଇଛି। ଓଡ଼ିଶା ସମେତ ମହାରାଷ୍ଟ୍ରରେ ମଧ୍ୟ ଆଜି ଟିକାକରଣ ବନ୍ଦ ଥିବା ବେଳେ ଦେଶର ଅନ୍ୟ ଭାଗରେ କିନ୍ତୁ ଆଜି ଟିକାକରଣ ହୋଇଛି। ସାରା ଦେଶରେ ୫୦ ପ୍ରତିଶତ ଟିକା କରଣ ହୋଇଛି। ଟିକା କରଣର ପାର୍ଶ୍ବ ପତିକ୍ରିୟା ନେଇ ସୋସିଆଲ ମିଡିଆରେ କୈଣସି ଗୁଜବ ନକରିବାକୁ ବା ଗୁଜବରେ ବିଶ୍ବାସ ନକରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଦନ କହିଛନ୍ତି।

୭ରୁ ୧୦ ଦିନ ଭିତରେ ରାଜ୍ୟରେ ପ୍ରଥମ ପଯ୍ୟାୟ ଟିକା କରଣ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଦିତ୍ବୀୟ ପଯ୍ୟାୟ ଟିକା କରଣ ଲାଗି ଆଗଧାଡିର କରୋନା ଯୋଦ୍ଧାଙ୍କ ରେଜିଷ୍ଟ୍ରେସନ ଚାଲିଛି। ଏହା ୨୫ ତାରିଖରେ ସରିବ।
ଗତକାଲି ରାଜ୍ୟରେ ୧୩ ହଜାର ୯୮୦ ଜଣ ଲୋକଙ୍କୁ ଟିକା ଦିଆଯାଇଛି। ସେମାନଙ୍କ ଭିତରୁ ତିନି ଜଣଙ୍କ ଠି ଟିକା ନେବା ପୂର୍ବରୁ ସାମାନ୍ୟ ପତିକ୍ରିୟାକୁ ଛାଡି କାହାରି ଠି ଟିକା ଜନିତ ପାର୍ଶ୍ୟପତିକ୍ରିୟା ଦେଖା ଯାଇ ନାହିଁ। ମୋଟା ମୋଟି ରାଜ୍ୟରେ ପ୍ରଥମ ଦିନର ଟିକା କରଣ ସଫଳ ହେବା ପରେ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି ରାଜ୍ୟ ସରକାର। ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।