Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ସରିଲା କରୋନା ଟିକାକରଣ ସମୟସୀମା: ଏବେ ୨୪ ଘଣ୍ଟା ଦିଆଯିବ ଟିକା-ସ୍ୱାସ୍ଥ୍ୟମନ୍ତ୍ରୀ

3/03/2021 at 3:23 PM

ନୂଆଦିଲ୍ଲୀ ୦୩/୦୩ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ସରକାର କରୋନା ଟିକାକରଣ ସମୟସୀମା ଶେଷ କରିଛନ୍ତି। ବର୍ତ୍ତମାନ ଲୋକେ ସପ୍ତାହକ ୭ ଦିନ ୨୪ ଘଣ୍ଟା ନିଜ ସୁବିଧା ଅନୁସାରେ ଟିକା ନେଇପାରିବେ। ମାର୍ଚ୍ଚ ୧ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ସବୁ ଟିକାକରଣ କେନ୍ଦ୍ରରେ ସମୟ ସକାଳ ୯ଟା ରୁ ଅପରାହ୍ନ ୩ଟା ଯାଏଁ ଧାର୍ଯ୍ୟ ହୋଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଦେଶରେ ଏବେ ସୁଦ୍ଧା ୧.୫୪ କୋଟି ଜନତାଙ୍କୁ କରୋନା ଟିକା ଦିଆଯାଇଛି। ମଙ୍ଗଳବାର ଦିନ ୬ ଲକ୍ଷ ୯ ହଜାର ୮୪୫ ଲୋକଙ୍କୁ ଟିକା ଦିଆଯାଇଥିଲା। ସାରା ଦେଶରେ କରୋନା ଟିକାକରଣ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା। ଏହାପରେ ମାର୍ଚ୍ଚ ପହିଲାରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ଏବଂ ଗମ୍ଭୀର ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି।

କରୋନା ଟିକା ସରକାରୀ ହସ୍ପିଟାଲରେ ମାଗଣାରେ ଦିଆଯାଉଛି। ଘରୋଇ ହସ୍ପିଟାଲମାନଙ୍କରେ ଟିକା ପାଇଁ ଲୋକଙ୍କୁ ୨୫୦ ଟଙ୍କା ଦେବାକୁ ପଡୁଛି। ଦୁଇଟି ଡୋଜ ପାଇଁ ୫୦୦ ଟଙ୍କା ଦେବାକୁ ହେବ।

   Related Posts