Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆମେରିକାରେ ଡିସେମ୍ବରରୁ ଆରମ୍ଭ ହେବ କରୋନା ଟିକାକରଣ ! ହ୍ୱାଇଟ୍ ହାଉସ୍ ଦେଲା ସୂଚନା

23/11/2020 at 12:09 PM

ଓ୍ୱାଶିଂଟନ,୨୩/୧୧:   ଆମେରିକାରେ ଡିସେମ୍ବର ୧୧ କିମ୍ବା ୧୨ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ହ୍ୱାଇଟ୍ ହାଉସ୍ ତରଫରୁ ଏହି ସୂଚନା ଦିଆଯାଇଛି । ଶୁକ୍ରବାର ଆମେରିକାର ଔଷଧ କମ୍ପାନୀ ଫାଇଜର୍ ଓ ଜର୍ମାନୀରେ ଏହାର ସହଯୋଗୀ କମ୍ପାନୀ ବାୟୋଏନଟେକ୍ ନିଜ କୋଭିଡ-୧୯ ଭାକସିନକୁ ବ୍ୟବହାର କରିବା ପାଇଁ ଖାଦ୍ୟ ଓ ଔଷଧୀୟ ପ୍ରଶାସନ ଏଫଡିଏରେ ଆବେଦନ କରିଥିଲା । ଏଫଡିଏର ଟିକା ସମ୍ବନ୍ଧିତ ସମିତିର ବୈଠକ ଆସନ୍ତା ୧୦ରେ ଅନୁଷ୍ଠିତ ହେବ ।

ଆମେରିକାରେ କରୋନା ଟିକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଡାକ୍ତର ମୋନସେଫ୍ ସ୍ଲାଉ୍ କହିଛନ୍ତି ଯେ, ଯୋଜନାକୁ ମଞ୍ଜୁରୀ ମିଳିବାର ୨୪ ଘଣ୍ଟା ମଧ୍ୟରେ ଭାକସିନକୁ ଟିକାକରଣ କାର୍ଯ୍ୟକ୍ରମ ସ୍ଥଳରେ ପହଁଚାଯିବ । ମଞ୍ଜୁରୀ ମିଳିବାର ଦୁଇଦିନ ପରେ ଡିସେମ୍ବର ୧୧ କିମ୍ବା ୧୨ରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ସ୍ପୁଟନିକ-୫ର ସୂଚନା ଅନୁସାରେ, ଏହାର ଦାମ୍ ଫାଇଜର ଓ ମୋଡେର୍ଣ୍ଣାରୁ କମ୍ ରହିବ । ଫାଇଜରର ଦାମ୍ ୧୪୪୬.୧୭ ଓ ମୋଡେର୍ଣ୍ଣାର ଦାମ୍ ଟାରୁ ୧୮୫୪ରୁ ୨୭୪୪ ଟଙ୍କା କମ୍ ରହିବ ସୁଟନିକ-୫ର ଦାମ୍ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ପୁଟନିକ-୫, ଫାଇଜର ଓ ମୋଡେର୍ଣ୍ଣାର ଦୁଇଟି ଡୋଜ୍ ଆବଶ୍ୟକ ।

   Related Posts