Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଟିକା ନେଇଥିଲେ ସେଲୁନ ଆସିବେ, ନହେଲେ ଘରକୁ ଫେରିବେ : ସାର୍ଟିଫିକେଟ ଦେଖାଇଲେ ଦୋକାନରେ କରିବେ ଏଣ୍ଟ୍ରି

28/06/2021 at 3:17 PM

ମଧ୍ୟପ୍ରଦେଶ ୨୮/୬ : ଆପଣ ଟିକା ନେଇଛନ୍ତି ତ । ତାହେଲେ ସାର୍ଟିଫିକେଟ୍ ଦେଖାଇ ଆସିପାରିବେ ସେଲୁନ । ଯଦି ଆପଣ ଟିକା ନେଇନାହାଁନ୍ତି ତାହେଲେ ଆପଣଙ୍କୁ ସେଲୁନ ମନା । ଅର୍ଥା ନାଁ କଟାହେବ ଆପଣଙ୍କ ଚୁଟି, ନାଁ ହୋଇପାରିବ ସେଭିଂ । ଏକଥା ଆମେ କହୁନି ଏକଥା କହୁଛନ୍ତି ମଧ୍ୟପ୍ରେଦଶର ଛିନ୍ଦଓ୍ୱାଡାର ସେଲୁନ ସଞ୍ଚାଳକ । ଟିକା ପ୍ରତି ଲୋକଙ୍କ ଆଗ୍ରହ କମିଯାଉଥିବାରୁ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି ସଂଗଠନ ।

ସେମାନେ ଘୋଷଣା କରିଛନ୍ତି ଯଦି ଆପଣ ଟିକା ନେଇନାହିଁନ୍ତି କିମ୍ୱା ଟିକାର ସାର୍ଟିଫିକେଟ ନାହିଁ ତାହେଲେ ଆପଣଙ୍କୁ ସେଲୁନ ଓ ପାର୍ଲରରେ ଏଣ୍ଟ୍ରି ମନା । କରୋନାରୁ ବର୍ତ୍ତିବାକୁ ଏକମାତ୍ର ଅସ୍ତ୍ର ଟିକାକରଣ । ଏହି ଟିକାକରଣ ପାଇଁ ଅନେକ ସ୍ଥାନରେ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରାଯଉଛି । ହେଲେ ତଥାପି କିଛି ଲୋକ ଅମାନିଆ ମାନୁନାହିଁନ୍ତି ।

ଏସବୁକୁ ଦୃଷ୍ଟିରେ ରଖି ଛିନ୍ଦଓ୍ୱାଡା ସେଲୁନ ଆସୋସିଏସନ ଏଭଳି କଠୋର ପଦକ୍ଷେପ ନେଇଛି । ବୈଠକ କରି ସେଲୁନ ସଞ୍ଚାଳକ ଏହି ନିଷ୍ପତ୍ତି ନେଇଛନ୍ତି କି, ସେଲୁନରେ ଏମିତି କୌଣସି ଯୁବକ ହେବା ଅବା ବୃଦ୍ଧ, ବୟସ୍କ ଯେଉଁମାନେ ଟିକା ନ ନେଇଛନ୍ତି ସେମାନଙ୍କର କୌଣସି କାମ କରାଯିବନି । ସେଲୁନକୁ ଆସୁଥିବା ପ୍ରତି ଲୋକ ଭାକସିନେସନ ସାର୍ଟିଫିକେଟ ଦେଖାଇଲେ ଦୋକାନରେ ଏଣ୍ଟ୍ରି ମାରୁଛନ୍ତି ।

ସଂଗଠନ ତରଫରୁ କୁହାଯାଇଛି ଯ, ପ୍ରତିଟି ଜୀବନ ମୂଲ୍ୟବାନ । ଏଥିପାଇଁ ଆମେ ଦୋକାନୀମାନଙ୍କୁ ଟିକାକରଣ ନେଇ ବାଧ୍ୟ କରିଥିଲୁ । ତେବେ ଏମତି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନାତ ସୃଷ୍ଟି ହେବା ସହ କରୋନାକୁ ଆମେ ଜିତିପାରିବା ବୋଲି ସଂଗଠନ ବିଶ୍ୱାସ ରଖିଛି ।

   Related Posts