କୃଷି କାର୍ଯ୍ୟରେ କଟକଣା କୋହଳ କଲେ ରାଜ୍ୟ ସରକାର,୧୮ ଜିଲ୍ଲାରେ ରବି ଫସଲ ମଣ୍ଡି ଖୋଲା

Published By : Prameya-News7 Bureau | April 13, 2020 IST

ଭୁବନେଶ୍ୱର ୧୩।୦୪: ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଭାବେ ଲକ୍‌ଡାଉନ୍‌ ନିୟମ କୋହଳ କରାଯାଇଛି । ଏହା ମୁଖ୍ୟତଃ କୃଷି କାର୍ଯ୍ୟ ହେଉଥିବା ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ସହରାଞ୍ଚଳରେ ଲକଡାଉନ୍  ବଳବତ୍ତର ରହିବ ।ରାଜ୍ୟ ସରକାରଙ୍କ ପକ୍ଷରୁ SRCଙ୍କ  ସାମ୍ବାଦିକ ସମ୍ମିଳନୀ କରାଯାଇ ପୂର୍ବ ନିର୍ଦ୍ଦେଶନାମାରେ ପରିବର୍ତ୍ତନ ଅଣାଯାଇଛି। ରବି ଫସଲ ଅମଳ ପାଇଁ ନିର୍ଦ୍ଦେଶନାମାରେ କିଛିଟା ପରିବର୍ତ୍ତନ କରାଯାଇଛି । ରବି ଫସଲ ନେଇ ୧୮ ଜିଲ୍ଲାରେ ମଣ୍ଡି ଖୋଲା ରହିବ । 

ଫସଲ ଅମଳ ପରବର୍ତ୍ତୀ କାର୍ଯ୍ୟକ୍ରମ ଚାଷୀମାନେ କରିପାରିବେ । ଏହି ସମୟ ମଧ୍ୟରେ  ଧାନ ଅମଳ, ପରିବହନ, ଷ୍ଟୋରେଜ୍, ବିହନ ଟେଷ୍ଟିଂ କରିବା ସହିତ ଚାଷ ପାଇଁ ବ୍ୟବହୃତ ଟ୍ରାକ୍ଟର, କୃଷି ଯନ୍ତ୍ରପାତି ପାଇଁ ଅନୁମତି ଦିଆଯାଇଛି। ରାସାୟନିକ ସାର ଓ  ଶୀତଳ ଭଣ୍ଡାର କେନ୍ଦ୍ର ଖୋଲା ରହିବ । ଖରିଫ୍ ଋଣ ପାଇଁ ସବୁ ବ୍ୟାଙ୍କ ଖୋଲା ରହିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ପୂର୍ବ ଭଳି ଅଣ୍ଡା, ମାଛ, ମାଂସ  ଓ  ଦୁଗ୍ଧ ପରିବହନ ଜାରି  ରହିବ ।  ଅନ୍ୟପକ୍ଷରେ ରାଜପଥ କଡରେ ଢାବା ଖୋଲିବ କିନ୍ତୁ ସେଠି ବସି ଖାଇବା ଉପରେ କଟକଣା ରହିଛି ।  ଆଗାମୀ ଫସଲ ପାଇଁ ବିହନ ବୁଣା, ପରିବହନ, କେନ୍ଦୁପତ୍ର ତୋଳା ଚାଲୁରହିବ, ମାଛ ଖାଦ୍ୟ, ପଶୁ ଖାଦ୍ୟ ପରିବହନ ହୋଇପାରିବ। ସରକାରଙ୍କ  ମନରେଗା କାର୍ଯ୍ୟକ୍ରମ ଚାଲୁରହିବ ତେବେ ଭୁବନେଶ୍ବର ଭଳି ସହରାଞ୍ଚଳରେ  କୃଷି କାର୍ଯ୍ୟ ଚାଲୁନଥିବାରୁ ଏହି ନିମୟ ଲାଗୁ ହେବନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.