Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ରାଜ୍ୟର କରୋନା ଅପଡେଟ୍‌….

28/06/2020 at 10:38 PM

ଭୁବନେଶ୍ବର୨୮/୬: ରାଜ୍ୟରେ ଆଜି ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧ ରେ ପହଞ୍ଚିଛି । ସେପଟେ ଆଜି ଗୋଟିଏ ଦିନରେ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରାଣ୍ଟାଇନ୍ ସେଣ୍ଟରରୁ ୨୩୪ ଓ ୩୦ ଜଣ  ସ୍ଥାନୀୟ ବାସିନ୍ଦା ଅଛନ୍ତି । କଟକ  ବଡମ୍ବା ଥାନା ଆଇଆଇସି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଥାନାର ଅନ୍ୟ ୭ କର୍ମଚାରୀଙ୍କ ବି କରୋନା ଲକ୍ଷଣ ଦେଖିବାକୁ ମିଳିଛି ।

ରାଜ୍ୟର ୩ ଜିଲ୍ଲାରୁ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ସମସ୍ତେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି । କଟକରେ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କିଡନୀ ଜନିତ ରୋଗରେ ବି ପୀଡିତ ଥିଲେ । ସେହିପରି ଭୁବନେଶ୍ବରରେ ମୃତ୍ୟୁ ହୋଇଥିବା ୭୩ ବର୍ଷିୟ ବ୍ୟକ୍ତି ଏକାଧିକ ରୋଗରେ ପୀଡ଼ିତ ଥିଲେ । ଗଞ୍ଜାମ ଜିଲ୍ଲାର ମୃତକ ୭୫ ବର୍ଷ ବୟସ୍କ । ସେ ବି ଏକାଧିକ ରୋଗରେ ପୀଡିତ ଥିଲେ । ଏହି ୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୧ରେ ପହଁଞ୍ଚିଛି । ଗଜପତି ଜିଲ୍ଲାରେ ସପ୍ତାହକ ମଧ୍ୟରେ ପଜିଟିଭ ସଂଖ୍ୟା ୪୦୦ ଟପିଲାଣି । ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାକୁ ଆଜିଠୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସଟ ଡ଼ାଉନ ଘୋଷଣା କରାଯାଇଛି।

ଗଞ୍ଜାମ ଛତ୍ରପୁର ବ୍ଲକ ହୁମର ଓ ବାଳକୃଷ୍ଣ ଗାଁରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଦୁଇ ଗାଁକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ପୋଡାପଦର ଓ ଚିକଲଖଣ୍ଡି ସରପଞ୍ଚ । ଛତ୍ରପୁର ଏନଏସି ୧୧ ନମ୍ବର ୱାର୍ଡ ବାରେକ ସାହିରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହା ସହ ରିକାପଲ୍ଲୀ ଛକ , ରାମକୃଷ୍ଣନଗର , ଶଙ୍କରମଠ ସାହି ଓ ବିଦ୍ୟାଧରନଗରକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଉକ୍ତ ଅଞ୍ଚଳକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯିବ । ଏହା ସହ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।  

ସେପଟେ ପୁଣି ଜଣେ କୋଭିଡ୍ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି । କଟକ ବଡମ୍ବା ଥାନା ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଥାନାର ଅନ୍ୟ ୭ କର୍ମଚାରୀଙ୍କ ଠାରେ ମଧ୍ୟ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ତେଣୁ ବଡମ୍ବା ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ବଡମ୍ବା ଥାନାର ସମସ୍ତ କର୍ମଚାରୀଙ୍କୁ  ସ୍ବାବ ଟେଷ୍ଟ କରାଯିବ । ବଡମ୍ବା ଥାନା ଆଇଆଇସିଙ୍କ ସଂସ୍ପର୍ଶରେ ଆସିଥିବା  ଖୁଣ୍ଟୁଣୀ ଥାନା ଓ ଗୁରୁଡ଼ିଝାଟିଆ ଥାନା କର୍ମଚାରୀ ଓ ଆଠଗଡ଼ ଏସଡିପିଓଙ୍କ କରୋନା ଟେଷ୍ଟ କରାଯିବ ।

ରାଜଧାନୀ ଭୁବନେଶ୍ବରରୁ ପୁଣି ୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୬ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ବାରାଣ୍ଟାଇନ୍‌ରେ ଥିବା ବେଳେ ୩ଟି ସ୍ଥାନୀୟ ମାମଲା ରହିଥିବା ବିଏମ୍ ସି ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ରାଜ୍ୟରେ ଆଜି ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୦ ସ୍ଥାନୀୟ ବାସିନ୍ଦା ।

   Related Posts