Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୯୬୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୪୬ ଡିସଚାର୍ଜ
  • ||
  • ବଶବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବ ଦେଲେ ୟେଦିୟୁରପ୍ପା
  • ||
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ରାଜ୍ୟରେ କରୋନା ଅପଡେଟ୍‌ : ଗଞ୍ଜାମ ଜିଲ୍ଲାରେ କମୁଛି ସଂକ୍ରମିତଙ୍କ ସଂଖ୍ୟା

6/08/2020 at 7:53 PM

ଭୁବନେଶ୍ବର୬/୮:  ଗଞ୍ଜାମ ଜିଲ୍ଲାରେ କମୁଛି କରୋନା । ଗତ ୧୦ ଦିନ ମଧ୍ୟରେ ଟେଷ୍ଟିଂ ସଂଖ୍ୟା ବଢିଥିବା ବେଳେ ପଜିଟିଭ୍ ସଂଖ୍ୟା କିନ୍ତୁ କମିଛି ।ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜୁଲାଇ ୨୮ରେ ୩୩୨, ୨୯ରେ ୨୪୫, ୩୦ରେ ୨୫୦, ୩୧ରେ ୩୬୮,  ଅଗଷ୍ଟ ୧ ରେ ୩୦୮, ୨ରେ ୩୨୦,। ପୁଣି ଅଗଷ୍ଟ ୩ ତାରିଖରେ ୩୩୧, ୪ ତାରିଖରେ ୨୮୮, ୫ ତାରିଖରେ ୨୦୧ ଏବଂ ଏମିତି ୬ ତାରିଖରେ ୨୬୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ପୂର୍ବରୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ପାଖାପାଖି ରହୁଥିଲା । ଜିଲ୍ଲାବାସୀଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଅଗଷ୍ଟମାସ ଅତ୍ୟନ୍ତ୍ୟ ଗୁରୁତ୍ବପୂର୍ଣ୍ଣ । ତେଣୁ ସତର୍କ ରହିବାକୁ ସେ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ।

ଅନ୍ୟ ଜିଲ୍ଲାଗୁଡ଼ିକରେ କିନ୍ତୁ ବଢି ଚାଲିଛି ସଂକ୍ରମଣ । ଆଜି ୧୬୯୯ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୪୦ ହଜାର ଡେଇଁଛି ସଂଖ୍ୟା । ୬ ଦିନରେ ରାଜ୍ୟରେ ପାଖାପାଖି ୯ ହଜାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ସେହିଭଳି ସ୍ଥାନୀୟ ସଂକ୍ରମଣ ମଧ୍ୟ ଲଗାତାର ଟେନସନ୍ ବଢାଉଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଏସ୍ .ପି ଅଜୟ ପ୍ରତାପ ସ୍ବାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ରାଜଧାନୀରେ ପୁଣି ଶହେ ଟପିଛି ସଂଖ୍ୟା । କଟକ ମାଲଗୋଦାମ୍‌ କଣ୍ଟେନମେଣ୍ଟ ଜୋନ୍‌ରୁ ରୁ ଶତାଧିକ ପଜିଟିଭ ଚିହ୍ନଟ ପରେ ପ୍ରତି ବୁଧବାର ମାଲଗୋଦାମକୁ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହୋଇଛି । ଏହାଛଡ଼ା ଅଣଅତ୍ୟାବଶ୍ୟକ ସାମଗ୍ରୀ ଦେକାନଗୁଡ଼ିକ ସକାଳ ୭ଟାରୁ ୧୦ଟା ଖୋଲାଯିବ। ହୋଲସେଲିଂ ଗୋଦାମଗୁଡ଼ିକ ଦିନ ୧୦ଟାରୁ ୨ଟା ଯାଏଁ ଖୋଲା ରହିବ। ସେହିପରି କଟକରେ ପୋଲିସ ସଂକ୍ରମିତ ହେବା ମଧ୍ୟ ଚିନ୍ତାର କାରଣ ହୋଇଛି। 

ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ୧୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଞ୍ଚୁରୀ କରିଛି ସମ୍ବଲପୁର।  ବୁର୍ଲ୍ଲା ଭିମସାରର ୭୦ ଜଣ ଡାକ୍ତରଙ୍କୁ କ୍ବାରାଣ୍ଟାଇନ୍ ରେ ପଠାଯାଇଛି । । ଭିମସାର ମେଡିସିନ୍ ଓପିଡି ୧୨ ତାରିଖ ଯାଏଁ ବନ୍ଦ କରି ଦିଆଯାଇଛି । ବଲାଙ୍ଗୀର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଜିଲ୍ଲାକୁ ଆସନ୍ତା ୮ ତାରିଖରୁ ୧୧ ପର୍ଯ୍ୟନ୍ତ ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସହ ତାଳ ଦେଇ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ଆଜି ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩୫ରେ ପହଞ୍ଚିଛି । ପ୍ରଥମ ତିନି ଦିନରେ ୧୦ ଜଣଙ୍କ ଲେଖାଁଏ ପ୍ରାଣ ହରାଇଛନ୍ତି । ୪  ଏବଂ ୫ ତାରିଖରେ ୯ ଲେଖାଁଏ ରହିଛି ମୃତ୍ୟୁ ସଂଖ୍ୟା ।  

   Related Posts