Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||
  • ଥରିଲା ପାକିସ୍ତାନ, ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୬ ଜଣଙ୍କ ଜୀବନ
  • ||
  • ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୫୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅପଡେଟ୍‌: କରୋନା ସହ ଲଢେଇ କରୁଛି ଓଡ଼ିଶା

15/07/2020 at 7:55 PM

ଭୁବନେଶ୍ବର୧୫/୭: କରୋନା ସହ ଲଢେଇ କରୁଛି ଓଡ଼ିଶା । ମହାମାରୀର ମୁକାବିଲା ପାଇଁ ନୂଆ ନୂଆ ରଣନୀତି ପ୍ରୟୋଗ କରୁଛନ୍ତି । ସଜାଗ ସରକାର, ପ୍ରଶାସନ । ଫାଇଟିଂ ମୋଡରେ କୋଭିଡ ଯୋଦ୍ଧା । କରୋନା ଯେତେ ଭୟଙ୍କର ରୂପ ଧାରଣ କଲେ ବି ରାଜ୍ୟ ସରକାର ବି ଏହାର ମୁକାବିଲା ଲାଗି ନୂଆ ନୂଆ ରଣନୀତି ପ୍ରୟୋଗ କରୁଛନ୍ତି । ଗାଁରୁ ସହର ସାମିଲ ହୋଇଛନ୍ତି କୋଭିଡ ଯୋଦ୍ଧା।  କରୋନାକୁ ହରାଇବାକୁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ଏବେ ଫୋକସରେ ରହିଛି ଗଂଜାମ, ଖୋର୍ଦ୍ଧା, କଟକ, ଯାଜପୁର ଏବଂ ସୁନ୍ଦରଗଡ। ଗଂଜାମରେ ସ୍ଥିତି ବିଗୁଡୁ ଥିବାରୁ ଆରମ୍ଭ ହୋଇଛି ବଡ ଅପରେସନ । ଅଧିକ ଡାକ୍ତର, ଟେକନିସିଆନ ଏବଂ ଅଫିସରଙ୍କୁ ଗଂଜାମ ପଠାଯାଇଛି । ପ୍ରସ୍ତୁତ ହୋଇ ରହିଛି ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ । ତଦାରଖ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ବଢିଛି ବେଡ, ଆଇସିୟୁ, ଆମ୍ବୁଲାନ୍ସ । କୋଭିଡ ଯୁଦ୍ଧ ପାଇଁ ଯେଭଳି କିଛି ବି ଅଭାବ ନରୁହେ ସେଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟର ଗ୍ରାମାଞ୍ଚଳରେ କ୍ବାରେଣ୍ଟାଇନ ସ୍ବାସ୍ଥ୍ୟସେବାକୁ ସଶକ୍ତ କରିବାକୁ ଆରମ୍ଭ ହୋଇଛି ବ୍ୟବସ୍ଥା । ୬ ହଜାର ୭୯୮ ଗ୍ରାମପଞ୍ଚାୟତରେ ୬ ହଜାର ୮୧ଟି କୋଭିଡ଼ କେୟାର ହୋମ ସ୍ଥାପିତ ହୋଇଛି।  ଏଥିରେ ମୋଟ ୬୦ ହଜାର ୯୭୪ ଶଯ୍ୟା ବ୍ୟବସ୍ଥା ହୋଇଛି । ପ୍ରତି କୋଭିଡ କେୟାର ହୋମ ପାଇଁ ଜଣେ ଜଣେ ଏଏନ୍ ଏମ୍ ଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ । ୭ ହଜାର ଏଏନଏମ ନିଯୁକ୍ତି ପାଇଁ ସ୍ଥାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେପଟେ ରାଜ୍ୟରେ ୧୫ ହଜାର ମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ନୂଆ ୬୧୮ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୭ ଜଣ ସ୍ଥାନୀୟ ସଂକ୍ରମିତ । ରାଜଧାନୀ ଏବେ ଟେନସନ୍ ବଢାଇଲାଣି ।  ଆଜି ରାଜଧାନୀରେ ସବୁ ରେକର୍ଡ କାଟିଛି ପଜିଟିଭ୍ ସଂଖ୍ୟା । ଖୋର୍ଦ୍ଧାରୁ ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦ ଜଣ ରାଜଧାନୀର ।  କ୍ବାରେଣ୍ଟାଇନ କେନ୍ଦ୍ରରୁ ୬୩ ଏବଂ ୨୭ ଜଣ ସ୍ଥାନୀୟ ଆକ୍ରାନ୍ତ । ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ ହୋଇଛି ।

ରାଜ୍ୟରେ କରୋନା ହଟସ୍ପଟ ତାଲିକାରେ ଟପ୍‌ରେ ରହିଛି ଗଞ୍ଜାମ ଜିଲ୍ଲା । ଆଜି  ଚିହ୍ନଟ ହୋଇଛନ୍ତି ୨୮୬ ଆକ୍ରାନ୍ତ । ସେହିଭଳି ଆଜି ରାଜ୍ୟରେ କରୋନା ୩ ଜଣଙ୍କ ଜୀବନ ନେଇଥିବା ବେଳେ ସେଥରୁ ୨ ଜଣ ଗଂଜାମ ଜିଲ୍ଲାର । ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ୬୨୧ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୬କୁ ଛୁଇଁଛି । ସ୍ଥିତିକୁ ଦେଖି ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର, କୋଦଳା, କବିସୂର୍ଯ୍ୟ ନଗର, ପୋଲସରା, ହିଞ୍ଜିଳି ଅଂଚଳକୁ ଆସନ୍ତା କାଲିଠାରୁ ୨୧ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏସବୁ ଅଂଚଳରେ ଅତି ଜରୁରୀ ନଥିଲେ ଘରୁ ନବାହାରିବାକୁ ଅପିଲ କରିଛି ପ୍ରଶାସନ ।

ଜଗତସିଂହପୁର ଜିଲ୍ଲାରୁ ଆଜି ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଖ୍ୟା ବଢୁଥିବାରୁ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳ ରାହାମା ଅଞ୍ଚଳକୁ ୫ ଦିନ ପାଇଁ ସଟ୍ ଡାଉନ ଘୋଷଣା କରାଯାଇଛି। ସେହିପରି ସମ୍ବଲପୁର ଅଇଁଠା ପାଲିରେ ୧୪୪  ଧାରା ଲାଗୁ କରାଯାଇଛି।  ଆଜି ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୪ ହଜାର ୮୯୮ ହୋଇଛି । ଜୁଲାଇ ମାସର ୧୪ଦିନ ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ପାଖାପାଖି ୮ହଜାର ବଢିଲାଣି ।  ଆଶ୍ବସ୍ତିକର ଖବର ହେଲା ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ଅନୁରୂପ ଭାବେ  ବଢିଛି।  ଆଜି ସୁସ୍ଥ ହୋଇଛନ୍ତି ୬୧୨ ଜଣ ।  ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୭୦ ଜଣ, ସୁନ୍ଦରଗଡରୁ ୮୪, କେନ୍ଦୁରରୁ ୪୮ ଜଣ ସୁସ୍ଥ ହୋଇଛନ୍ତି ।  ଏବେ ରାଜ୍ୟରେ ୪ ହଜାର ୯୩୩ ଆକ୍ଟିଭ୍ କେସ୍ ରହିଛି । ଏଥିସହିତ ମୋଟ ୧୦ ହଜାର ସୁସ୍ଥ ହୋଇଛନ୍ତି।  

   Related Posts