ରାଜ୍ୟରେ କରୋନା ଅପଡେଟ୍

Published By : Prameya-News7 Bureau | May 27, 2020 IST

ଭୁବନେଶ୍ବର୨୭/୫: ରାଜ୍ୟରେ ବୁଧବାର ୮୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୯ ରେ ପହଞ୍ଚିଛି । ଆଜି ଚିହ୍ନଟ ୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୭୮ ଜଣ କ୍ବାରାଣ୍ଟାଇନ୍  ସେଣ୍ଟରରେ ଥିଲେ । ୨ ଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଆଉ ୨ ଜଣ ପୋଲିସ ହୋମଗାର୍ଡ ଅଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରର ସର୍ବାଧିକ ୧୬ ଜଣ, କଟକ ଜିଲ୍ଲାର ୧୧, ଖୋର୍ଦ୍ଧା ଜିଲ୍ଲାର ୧୩, ନୂଆପଡ଼ାର ୧୩, ସୋନପୁର ୪ ଏବଂ ଗଞ୍ଜାମ ଜିଲ୍ଲାର ୧୨ ଜଣ, ଜଗତସିଂହପୁର ଜିଲ୍ଲାର ୬ ଜଣ, ନୟାଗଡ଼ ଓ ବାଲେଶ୍ବର ଜିଲ୍ଲାର ୨ ଜଣ ଲେଖାଏଁ ଓ ମୟୂରଭଞ୍ଜର ଜଣେ ଅଛନ୍ତି।

ରାଜ୍ୟରେ ଏବେ ୮୫୯ଟି ଆକ୍ଟିଭ କେସ୍ ରହିଥିବା ବେଳେ ୮୧୨ ଜଣ ସୁସ୍ଥ ହେଲେଣି। ସେପଟେ ଗତକାଲି କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ପରେ ଶିଶୁରୋଗ ବିଭାଗର ଆଉଟଡୋରକୁ ବନ୍ଦ କରିଦିଆଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ସିଟି ହସ୍ପିଟାଲର ୨୦ ଜଣ କର୍ମଚାରୀଙ୍କ ସ୍ବାବ ସଂଗ୍ରହ କରାଯାଇଛି । ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରହିବାଲାଗି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.