Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ରାଜ୍ୟରେ ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ, କିନ୍ତୁ ବଢିବ ଆଇସିୟୁ ବେଡ୍‌ ସଂଖ୍ୟା- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

12/05/2021 at 12:23 PM

ଭୁବନେଶ୍ୱର ୧୨।୦୫: ରାଜ୍ୟରେ କରୋନା ସ୍ଥିତି ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟରେ ଆଇସିୟୁ ବେଡ଼ ବଢ଼ାଇବା ପାଇଁ ଚେଷ୍ଟା ଚାଲିଛି । ଯେଉଁଠି ପ୍ରାଇଭେଟ୍ ସେକ୍ଟରରେ ଆଇସିୟୁ ଆଛି ତାକୁ ବ୍ୟବହାର କରାଯାଉଛି । ଗ୍ୟାସ୍ ମ୍ୟାନୁଫଲ ସିଷ୍ଟମ୍ ଲାଗି ଆଇସିୟୁ ବେଡ଼ ବଢାଇବା ସମୟ ସାପେକ୍ଷ। ସେଥିପାଇଁ ଆଇସିୟୁ ଜାଗାରେ HDU ବେଡ୍ ବଢାଇବା ପାଇଁ ଚେଷ୍ଟା କରୁଛୁ ।

ସେହିପରି ଅକ୍ସିଜେନ୍ ସୁବିଧା ଥିବା ବେଡ୍ ସଂଖ୍ୟା ବଢ଼ାଇବା ପାଇଁ ଚେଷ୍ଟା ଜାରି ରଖିଛୁ । ସଂକ୍ରମଣ ଯେଉଁଭଳି ବଢ଼ୁଥିଲା ଏବଂ ଯାହା ଅନୁମାନ କରାଯାଉଥିଲା ଆମେ ତାହା ଠୁ ବହୁତ ତଳେ ଏବେ ଅଛୁ। ଲୋକ ହିସାବ କରିଥିଲେ ଆମର ଦେଢ଼ ଲକ୍ଷ ପାଖାପାଖି ଆକ୍ଟିଭ କେସ ଆସିବ ବୋଲି ମାତ୍ର ବର୍ତ୍ତମାନ ଆମେ ଲକ୍ଷେ ତଳେ ରହିଛେ। ରାଜ୍ୟରେ ଦୈନିକ ସଂକ୍ରମଣ ବି ନିୟନ୍ତ୍ରଣାଧୀନ ରହିଛ। ଆମ ରାଜ୍ୟ ଅନ୍ୟ ରାଜ୍ୟ ଭଳି ଅତ୍ୟଧିକ ଭୟଙ୍କର ସ୍ଥିତିକୁ ଯାଇନି। ଯାହା ଯାହା ସରକାର ପଦକ୍ଷେପ ନେଇଛନ୍ତି ଏବଂ ଯେଉଁ ଷ୍ଟ୍ରାଟେଜିରେ କାର୍ଯ୍ୟ ଚାଲିଛି ସେଥିରୁ କିଛି ପରିମାଣରେ ଫଳ ମିଳୁଥିବାର ଜଣାପଡୁଛି। ତଥାପି ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

ଗତକାଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି RTPCR ଟେଷ୍ଟ ଲାବ୍ରୋଟୋରୀ ପ୍ରସ୍ତୁତ କରାଯିବ। ତେଣୁ ଆମର ଟେଷ୍ଟିଂ କ୍ଷମତା ବଢ଼ୁଛି। ଯାହାର ଆବଶ୍ୟକ ତାହାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛୁ। ଜାତୀୟ ହାର ଠୁ ଆମର ଭଲ ସ୍ଥିତି ଅଛି। ମାତ୍ର ଆମ ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି। ଲକଡ଼ାଉନର ପ୍ରଭାବ ନିଶ୍ଚିତ ପଡିବ । ସେହିପରି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ବ୍ଲାକ ଫଙ୍ଗସ କିଛି ନୂଆ ରୋଗ ନୁହେଁ । ଏହା ପୂର୍ବରୁ ବି ଥିଲା । ଆମର ବର୍ତ୍ତମାନ ଦେଖିବାର ଅଛି କି କୋଭିଡ ପେସେଣ୍ଟ, ଆଇସିୟୁ ଭଳି ସ୍ଥାନରେ ଦେଖାଯାଉଛି କି ନାହିଁ। ସେହିପରି ତୃତୀୟ ଲହର ଏକ ଅନୁମାନ ମାତ୍ର। ଏଥିପାଇଁ ଆମକୁ ସତର୍କ ରହି ଟ୍ରାନ୍ସମିସନ୍ ଚେନ୍ ବ୍ରେକ୍ କରିବାକୁ ହେବ।

   Related Posts