ମେ' ୧୧ ତାରିଖ ରାତି ୯ଟା ୩୫ ମିନିଟ୍ ସୁଦ୍ଧା ରାଜ୍ୟର କରୋନା ଅପଡେଟ୍‌

Published By : Prameya-News7 Bureau | May 11, 2020 IST

ଭୁବନେଶ୍ବର୧୧/୫: ରାଜ୍ୟରେ ୪ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ୨୦ ନୂଆ ପଜିଟିଭଙ୍କ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସହ ୪୧୪କୁ ବୃଦ୍ଧି ପାଇଛି । ନୂଆ ୨୦ ପଜିଟିଭ୍‌ଙ୍କ ଭିତରେ ଗଞ୍ଜାମରୁ ୧୭, ସୁନ୍ଦରଗଡ଼ରୁ ୨,  ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ଏପର୍ଯ୍ୟନ୍ତ ୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳେ ଚିହ୍ନଟ ହୋଇଥିବା ୧୪ଜଣଙ୍କ ଭିତରୁ ଗଞ୍ଜାମର ୧୨ଜଣ, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥି​‌ଲେ । ପରେ ଆଉ ୩ ଚିହ୍ନଟଙ୍କ ଭିତରୁ କଟକ, ଯାଜପୁର ଏବଂ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟ କରୋନା ତାଲିକାରେ ଟପ୍‌ରେ ଥିବା ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି ।

ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ତେବେ ରାଜ୍ୟ ସରକାର ବାରମ୍ବାର ଅପିଲ୍‌ କରୁଛନ୍ତି ଏଥିରେ ଭୟଭୀତ ହେବାରେ କିଛି ନାହିଁ। ତେବେ ସ୍ଥିତିକୁ ଦେଖି ନୂଆ ରଣନୀତି ଆପଣାଇଛନ୍ତି ରାଜ୍ୟ ସରକାର। ଏଥିସହିତ କ୍ବାରାଣ୍ଟାଇନ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଯାହା ହେଉଛି କିମ୍ବା ହେବାକୁ ଯାଉଛି ଏ ସଂପର୍କରେ ପୂର୍ବରୁ ଆନ୍ଦାଜ ଥିଲା। ଆଗକୁ ସଂକ୍ରମିତଙ୍କ ସଂଖ୍ୟା ବଢିବ, ବିଚଳିତ ହେବାର ନାହିଁ । ରୋଗୀ ସଂଖ୍ୟା ବଢ଼ିବେ ଏ ଆକଳନ ମଧ୍ୟ ପୂର୍ବରୁ ଥିଲା। ଆଉ ଏଭଳି ସ୍ଥିତିକୁ ଆଗୁଆ ଦେଖି ରାଜ୍ୟ ସରକାର ନୂଆ ରଣନୀତି ଆପଣାଇଛନ୍ତି। ବିଶେଷ କରି କ୍ବାରାଣ୍ଟାଇନ ନିୟମରେ କେନ୍ଦ୍ରର ନିୟମକୁ ସାମାନ୍ୟ ବଦଳାଇଛନ୍ତି ।

୮ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁସାରେ ଜଣେ ବ୍ୟକ୍ତି କ୍ବାରାଣ୍ଟାଇନ କେନ୍ଦ୍ରରେ ରହିବାର ୧୦ ଦିନ ପରେ କିମ୍ବା ଯଦି ୩ ଦିନ ଜ୍ବର ନ ରହେ ତାଙ୍କୁ ଡିସଚାର୍ଜ କରାଯାଇପାରିବ। ଯାହାକୁ ରାଜ୍ୟ ସରକାର ଟିକେ କଡ଼ାକଡ଼ି କରିଛନ୍ତି। ୧୪ ଦିନରେ କ୍ବାରାଣ୍ଟାଇନରେ ରହିବା ପରେ  ଜଣେ ଚାହିଁଲେ ହାଉସ କ୍ବାରାଣ୍ଟାଇନରେ ରହିପାରିବେ। ତେବେ ସେଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ସର୍ତ୍ତ ପାଳିବାକୁ ପଡ଼ିବ। ଡିସଚାର୍ଜ ହେବା ପରେ ହାତରେ ଅଲିଭା କାଳି ଷ୍ଟାମ୍ପ ଲାଗିବ । ଘରେ ଅଲଗା କୋଠରୀ, ପାଇଖାନା ଥିବ ଏବଂ ସେ ଘରୁ ବାହାରକୁ ହିଁ ବାହାରିବେ ନାହିଁ। ଘର ଆଗରେ ଷ୍ଟାମ୍ପ ଲାଗିବ।

{"id":268383,"sizeSlug":"large"}
{"id":268384,"sizeSlug":"large"}

ହୋମ୍‌ କ୍ବାରାଣ୍ଟାଇନ କେବଳ ସହରାଞ୍ଚଳ ପାଇଁ ସୀମିତ ରହିଛି। କିନ୍ତୁ ଗ୍ରାମାଞ୍ଚଳରେ କ୍ବାରାଣ୍ଟାଇନରେ ରହୁଥିବା ଲୋକଙ୍କ ଦାୟିତ୍ବରେ ରହିବେ ସରପଞ୍ଚମାନେ। ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଜଣାଇବେ। ତେବେ ପ୍ରତ୍ୟେକ କ୍ବାରାଣ୍ଟାଇନ ଅନ୍ତେବାସୀ ଜଣେ ଜଣେ କରୋନା ଯୋଦ୍ଧା। ଏଣୁ କ୍ବାରାଣ୍ଟାଇନ କେନ୍ଦ୍ରରେ ହିଁ ସେମାନଙ୍କୁ ତାଲିମ ଦିଆଯିବ। ଏବଂ ସେମାନେ ଅନ୍ୟମାନଙ୍କୁ ସଚେତନ କରିବେ।

ସେପଟେ କିନ୍ତୁ ସାଧାରଣରେ ବାରମ୍ବାର ଆସୁଥିବା ସନ୍ଦେହକୁ ପୁଣିଥରେ ଆଜି ସ୍ପଷ୍ଟ କରିଛନ୍ତି କେଉଁମାନେ ନିଜର ପରୀକ୍ଷା କରାଇପାରିବେ ଏବଂ କେମିତି ପରୀକ୍ଷା କରାଇପାରିବେ। ଏବଂ ପଜିଟିଭ୍‌ ଆସିଲେ ଜଣେ ନିଜେ ଫର୍ମ ପୂରଣ କରି ହୋମ୍‌ ଆଇସୋଲେସନରେ ରହିପାରିବେ।

ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶସାରା ହୁହୁ ହୋଇ ବଢ଼ି ଚାଲିଛି। ଏହା ସତ୍ତ୍ବେ ବି ରେଳ ଚଳାଚଳଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ କଟକଣା କୋହଳ କରୁଛନ୍ତି ସରକାର। ଏଥିସହିତ ଆତ୍ମବିଶ୍ବାସର ସହିତ ରାଜ୍ୟ ସରକାର କହିଛନ୍ତି ଯେ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହାର ମୁକାବିଲା କରିବା ଲାଗି ସକ୍ଷମ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.