ଜୁନ୍ ୧: ରାଜ୍ୟର କରୋନା ଅପଡେଟ୍…
1/06/2020 at 7:43 PM

ଭୁବନେଶ୍ବର୧/୬: ସୋମବାର ରାଜ୍ୟରେ ସର୍ବାଧିକ ୧୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରେକର୍ଡ ସଂଖ୍ୟକ ୧୧୯ ଜଣ ସୁସ୍ଥ ହୋଇଛନ୍ତି ।୧୯ ଜିଲ୍ଲାରୁ ଚିହ୍ନଟ ୧୫୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ ରେ ପହଞ୍ଚିଛି । ସେପେଟ ଦେଶରେ ବଢିଯାଇଛି ମୃତ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରେକର୍ଡ ୮ ହଜାର ୩ଶହ ୯୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ଶହ ୩୦ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ ।
୧୫୬ ଆକ୍ରାନ୍ତ, ୧୧୯ ସୁସ୍ଥ ।ଆଜି ଗୋଟିଏ ଦିନରେ ରାଜ୍ୟରେ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଛନ୍ତି ୧୧୯ । ଯାହା ଏଯାଏ ସର୍ବାଧିକ । ଆଜି ୧୯ ଜିଲ୍ଲାରୁ ଚିହ୍ନଟ ୧୫୬ ଆକ୍ରାନ୍ତଙ୍କ ମଧ୍ୟରୁ୧୫୩ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ। ୩ ଜଣ ସ୍ଥାନୀୟ ବ୍ୟକ୍ତି । କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, କନ୍ଧମାଳରୁ ୯ ଜଣ, ଭଦ୍ରକରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ ରେ ପହଞ୍ଚିଛି। ସେପଟେ ସୁସ୍ଥ ହୋଇଥିବା ୧୧୯ ଜଣଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ ୬୦ ଜଣ ଅଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ୧୨୪୫ ଜଣ ସୁସ୍ଥ ହୋଇଥିବାବେଳେ ୮୫୦ଟି ସକ୍ରିୟ ମାମଲା ରହିଛି । ଗଞ୍ଜାମରେ ସର୍ବାଧିକ ୪୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୩୬ ଜଣ ସୁସ୍ଥ ହୋଇସାରିଲେଣି ।

ସେପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ବିଶ୍ବ କରୋନା ସଂକ୍ରମଣ ତାଲିକାରେ ଦଶମ ସ୍ଥାନରେ ଥିବା ଭାରତକୁ ସପ୍ତମ ସ୍ଥାନରେ ପହଞ୍ଚିବାକୁ ମାତ୍ର ଗୋଟିଏ ସପ୍ତାହ ଲାଗିଛି । ସପ୍ତାହେ ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦ ହଜାର ବୃଦ୍ଧି ପାଇଛି ।୨୪ ଘଣ୍ଟାରେ ରେକର୍ଡ ୮ ହଜାର ୩ଶହ ୯୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ଶହ ୩୦ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଦେଶରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧ ଲକ୍ଷ ୯୦ହଜାର ୫ଶହ ୩୫ ଛୁଇଁଛି । ମୃତ୍ୟୁ ସଂଖ୍ୟା ୫ହଜାର ୩ଶହ ୯୪। ଏବେ ସୁଦ୍ଧା ୮୬ ହଜାର ୯୮୩ ଜଣ ସୁସ୍ଥ ହୋଇସାରିଲେଣି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ହଜାର ୩ଶହ ୨୨ । କେବଳ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୬୭ହଜାର ୬୫୫ ଓ ମୃତ୍ୟୁ ସଂଖ୍ୟା ୨ ହଜାର ୨ଶହ ୮୬ ।
ବିଶ୍ବର ୨୧୩ ଦେଶରେ କରୋନା ତା କାୟା ବିସ୍ତାର କରିଛି । ୬୨ ଲକ୍ଷ ୯୦ ହଜାର ୭୫୮ ଜଣ କରୋନା ସଂକ୍ରମିତ । ବିଶ୍ବରେ ୩ ଲକ୍ଷ ୩୪ ହଜାରରୁ ଅଧିକ ଜୀବନ ନେଲାଣି ମହାମାରୀ । ଆମେରିକାରେ ସର୍ବାଧିକ ୧୮ ଲକ୍ଷ ୩୭ ହଜାରରୁ ଅଧିକ କେସ୍ ରହିଛି, ୧ ଲକ୍ଷ ୬ ହଜାରରୁ ଅଧିକ ଲୋକଙ୍କ ଜୀନବ ଯାଇଛି। ତେବେ ଇଟାଲିରେ ଏହାର ପ୍ରକୋପ କମିଥିବା ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।