କରୋନା ଅପ୍‌ଡେଟ୍‌...

Published By : Prameya-News7 Bureau | July 12, 2020 IST

ଭୁବନେଶ୍ବର୧୨/୭: ରବିବାର ବି ରାଜ୍ୟରେ ୫ ଶହ ଡେଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାରେ ଆଜି ୫୯୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୪ ୫ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୦୧ ଜଣ ସ୍ଥାନୀୟ ସଂକ୍ରମିତ । ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢିବାରେ ଲାଗିଛି । ଏଥିସହ ରାଜ୍ୟରେ ଆଜି ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ସହ ସଂଖ୍ୟା ୬୪ ରେ ପହଞ୍ଚିଛି । ତେବେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବାରୁ ନିୟନ୍ତ୍ରଣ ପାଇଁ ଜିଲ୍ଲାବାସୀଙ୍କୁ ପୁଣି ଅପିଲ୍ କରିଛନ୍ତି ଜିଲ୍ଲାପାଳ ।

ଏଣିକି ପ୍ରତିଦିନ ୫ ଶହ ଟପିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା ।  ଆଜି ରାଜ୍ୟରେ ପୁଣି ୫୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୪ ଜଣ କ୍ବାରାଣ୍ଟାଇନରୁ ଏବଂ ୨୦୧ ଜଣ ସ୍ଥାନୀୟ ସଂକ୍ରମିତ । ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୦ ଜଣ ଅଛନ୍ତି । ସେହିଭଳି ଯାଜପୁର ଜିଲ୍ଲାରୁ ୯୭, ଖୋର୍ଦ୍ଧାରୁ ୭୬, କୋରାପୁଟରୁ ୪୪, ମାଲକାନଗିରିରୁ ୩୬, ଗଜପତିରୁ ୨୦, ମୟୂରଭଞ୍ଜରୁ ୧୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ବରରୁ ୬୪ ପଜିଟିଭ ଅଛନ୍ତି ।

ଏମାନଙ୍କୁ ମିଶାଇ ଓଡ଼ିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୧୨୧ରେ ପହଞ୍ଚିଛି । ରାଜ୍ୟରେ ଆଜି ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି  । ମୃତକମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ଓ ସମସ୍ତଙ୍କ ବୟସ ୫୦ରୁ ଅଧିକ । ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ହେଉଥିବାରୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।  କରୋନା ଲକ୍ଷଣ ଦେଖାଗଲେ ଏହାକୁ ନଲୁଚାଇ ତୁରନ୍ତ ନିଜ ଅଞ୍ଚଳର ଆଶାକର୍ମୀଙ୍କୁ କିମ୍ବା ସରପଞ୍ଚଙ୍କୁ ଜଣାଇବାକୁ ନିବେଦନ କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ମ୍ୟୁନିସପାଲିଟି ଓ କାଲିମେଳା ଏନଏସି ଅଞ୍ଚଳକୁ ସପ୍ତାହେ ପର୍ଯ୍ୟନ୍ତ ଅର୍ଥାତ୍‌ ୧୯ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି ।

କାଲିଠାରୁ କଟକ ସହରରୁ ହଟିବ କଟକଣା । ସେଥିପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ସିଏମସି ଅଞ୍ଚଳରେ ଦୋକାନବଜାର ସକାଳ ୫ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ପୂର୍ବ ନିର୍ଦ୍ଧାରିତ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ କଟକ ସହରରେ ସପିଂ ମଲ୍ ଖୋଲିବା ନେଇ ମଧ୍ୟ ଅନୁମତି ଦିଆଯାଇଛି।  ସଂକ୍ରମଣ ଯେପରି ନ ବ୍ୟାପିବ ସେନେଇ ସଂପିଂ ମଲ ପକ୍ଷରୁ ବ୍ୟବସ୍ଥା କରାଯିବ । ରେଷ୍ଟୁରାଣ୍ଟ ପାର୍ସଲ ପାଇଁ ଖୋଲା ରହିବ । ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ବାରମ୍ବାର ସର୍ଭେ ପରେ ଆଜି କଟକ ରାଣୀହାଟ ମାଳିସାହିରୁ କଣ୍ଟେନମେଣ୍ଟ ଜୋନ୍ ହଟାଯାଇଛି । ସେହିଭଳି ଭୁବନେଶ୍ବରର ତୋଷାଳି ଭବନ ସହ, ବିଭିନ୍ନ ସରକାରୀ ଅଫିସ , ସମ୍ବେଦନଶୀଳ ସ୍ଥାନ, ବସ୍ତି ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି । କେନ୍ଦୁଝର ସହରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ କୁ ଛାଡି ବାକି ଦୋକାନ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।  

ନବରଙ୍ଗପୁର ସରକାରୀ ପଲିଟେକନିକ କଲେଜ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ କରୋନା ପଜିଟିଭ୍‌ ଚିହ୍ନଟ ଜଣେ BSF କନଷ୍ଟେବଲ ଫେରାର ହୋଇଯାଇଛନ୍ତି । ତାଙ୍କ ଘର ଆନ୍ଧ୍ରପ୍ରଦେଶରେ । ଗତ ମାସ ୨୪ରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । କୋଭିଡ଼ ହସପିଟାଲରେ ଚିକିତ୍ସା ପରେ ତାଙ୍କୁ କ୍ବାରାଣ୍ଟାଇନ୍‌ରେ ରହିବା ଲାଗି ପରାମର୍ଶ ଦିଆଯାଇଥିଲା । ହେଲେ ସେଠାରୁ ସେ ଗତ ୧୦ରେ ଫେରାର ହୋଇ ଯାଇଥିବା ଥାନାରେ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.