ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ୍ : ୨୪ ଘଣ୍ଟାରେ ୫୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୩୭୬ ଜଣଙ୍କ ମୃତ୍ୟୁ
8/04/2021 at 9:44 PM

ମୁମ୍ବାଇ ୦୮/୦୪ : କରୋନା ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇପଡିଲାଣି । ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୬,୨୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ୩୭୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କେବଳ ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୨୩ ଜଣଙ୍କର ମୃତ୍ୟୁ ଘଟିଛି ।
ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨ ଲକ୍ଷ ୨୯ ହଜାର ୫୪୭ରେ ପହଞ୍ଚିଛି । ଏହା ସହିତ ୫୭,୦୨୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଗୋଟିଏ ପଟେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର, ଟିକା ପର୍ଯ୍ୟାପ୍ତ ପରିମାଣରେ ମିଳୁନଥିବା କେନ୍ଦ୍ରକୁ ଅଭିଯୋଗ କରିଛନ୍ତି । ସେପଟେ ସମସ୍ତ ରାଜ୍ୟକୁ ଟିକା ଯୋଗାଇ ଦିଆଯାଉଥିବା କହିଛନ୍ତି କେନ୍ଦ୍ର ସରକାର ।