Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନଲକ ୨.୦ : ଜୁଲାଇ ୩୧ ଯାଏଁ କରିପାରିବେନି ଏହିସବୁ କାମ

30/06/2020 at 12:26 PM

ନୂଆଦିଲ୍ଲୀ ୩୦/୦୬ : କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲା ମଧ୍ୟରେ ସରକାର ଅନଲକ ଜରିଆରେ ଧୀରେ ଧୀରେ ଜୀବନର ଗତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି | ଅନଲକ ୧ ରେ ସରକାର ଲକଡାଉନର ଅନେକ ନିୟମ କୋହଳ କରିଥିଲେ | କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ଦିନ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଅନଲକ ୨.୦ର ଗାଇଡଲାଇନ ଜାରି କରିଛନ୍ତି | ଏହି ଗାଇଡଲାଇନ ବୁଧବାର, ଜୁଲାଇ ୧ ତାରିଖରୁ ଲାଗୁ ହେବ | ଏଥର ମଧ୍ୟ କିଛି ଗତିବିଧି କୋହଳ କରାଯାଇଛି | କଣ୍ଟନମେଣ୍ଟ ଜୋନରେ ପୂର୍ବ ଭଳି ଲକଡାଉନ ନିୟମ କଡାକଡି କରାଯିବ | ଅନଲକ ୨ରେ ଆପଣ କେଉଁ କେଉଁ କାମ କରି ପାରିବେନି ଜାଣନ୍ତୁ |

୧. ଯଦି ଆପଣ ନାଇଟ ଆଉଟ କିମ୍ବା ଲଙ୍ଗ ଡ୍ରାଇଭ ଯିବାକୁ ପ୍ଲାନ କରୁଛନ୍ତି ତାହେଲେ ଭୁଲି ଯାଆନ୍ତୁ | ନାଇଟ କର୍ଫ୍ୟୁ ସମୟ ପରିବର୍ତ୍ତନ କରାଯାଇଛି | ଜୁଲାଇ ୧ ତାରିଖରୁ ରାତି ୧୦ଟା ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି ରହିବ |

୨. ଯଦି ସିନେମା ଦେଖିବାକୁ ଇଛା କରିଛନ୍ତି କିମ୍ବା ମଲରେ ବୁଲିବାକୁ ଚାହୁଁଛନ୍ତି ତାହେଲେ କରି ପାରିବେନି | ଅନଲକ ୨ ରେ ମଧ୍ୟ ସିନେମା ହଲ ଓ ମଲ ବନ୍ଦ ରହିବ |

୩. କଲେଜ ଯାଇ ପ୍ରଫେସରଙ୍କ ଲେଙ୍କଚର ଆଟେଣ୍ଡ କରିବାକୁ ଚାହୁଁଛନ୍ତି ଯଦି ତାହେଲେ ମନକୁ ବୁଝେଇ ଦିଅନ୍ତୁ | ସମସ୍ତ ରାଜ୍ୟ ସରକାରକା ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ଯେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଆଦି ଜୁଲାଇ ୩୧ ତାରିଖ ଯାଏଁ ବନ୍ଦ ରହିବ |

୪. ମେଟ୍ରୋ ଚାଲିବ ନା ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ | ମେଟ୍ରୋରେ ଯଦି କୁଆଡେ ଯିବାକୁ ଚାହୁଁଛନ୍ତି ତାହେଲେ ସେଥିପାଇଁ ଅପେକ୍ଷା କରିବାକୁ ପଡିବ |

୫. ୩ ମାସ ହେଲା ଲକଡାଉନ ଯୋଗୁଁ ଘରେ ବସି ଖାଇ ଖାଇ ପେଟ ବାହାରି ଗଲାଣି କି ? ଜିମ ଯାଇ ବ୍ୟାୟାମ କରିବାକୁ ଚାହୁଁଛନ୍ତି ? ତେବେ ଜିମକୁ ନେଇ ଗୃହ ମନ୍ତ୍ରାଳୟ କୌଣସି ଆଦେଶ ଦେଇ ନାହାନ୍ତି | ସେଥିପାଇଁ ବି ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ | ଫିଟ ରହିବ ପାଇଁ ବର୍ତ୍ତମାନ ଘରେ ୱାର୍କଆଉଟ କରନ୍ତୁ |

୬. ସ୍ୱଇମିଙ୍ଗ ପୁଲ୍ରେ ମଜା ନେବାକୁ ଚାହୁଁଛନ୍ତି କି ? ସେଥିପାଇଁ ମଧ୍ୟ ଅପେକ୍ଷା କରିବାକୁ ପଡିବ | ସ୍ୱଇମିଙ୍ଗ ପୁଲ ମଧ୍ୟ ଏବେ ଖୋଲିବନି |

   Related Posts