Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କରୋନା ହେଲେ ଚିକିତ୍ସା ଲାଗି ଦେବାକୁ ପଡୁଛି ସାଢେ ୪ ଲକ୍ଷ ଟଙ୍କା

17/04/2020 at 12:10 PM

ଜୟପୁର: ଫିଲପାଇନ୍ସରେ କରୋନା ସଂକ୍ରମିତ ଜଣାପଡିଲେ ଆକ୍ରାନ୍ତଙ୍କୁ ଚିକିତ୍ସା ବାବଦକୁ ପ୍ରଥମେ ୩.୫ଲକ୍ଷ ପେସୋ ଅର୍ଥାତ ସାଢେ ୪ ଲକ୍ଷଟଙ୍କା ଜମା କରିବାକୁ ପଡୁଛି। ଏହି ସୂଚନା ସେଠାରେ ଅଟକ ରହିଥିବା ଭାରତୀୟ ଛାତ୍ରଙ୍କ ଠାରୁ ମିଳିଛି। ଫିଲପାଇନ୍ସରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରଛାତ୍ରୀ ଫଶି ରହିଛନ୍ତି। ଏଣୁ କରୋନା ବେଳେ ସେମାନେ ଯଦି ସଂକ୍ରମିତ ହୁଅନ୍ତି ତେବେ ସେମାନେ ନିଜର ଚିକିତ୍ସା ବି କରାଇପାରିବେ କି ନା ସେ ନେଇ ଆଶଙ୍କା ପ୍ରକାଶ କରିଛନ୍ତି।

ଫିଲପାଇନ୍ସରେ କରୋନା ସଂକ୍ରମଣ ଜଣାପଡିବା ପରେ ଛାତ୍ରଛାତ୍ରୀମାନେ ଭାରତ ଆସିବା ଲାଗି ବିଭିନ୍ନ ବିମାନ ବନ୍ଦରରେ ପହଞ୍ଚିବାରେ ଲାଗିଥିଲେ। ତେବେ ସେତେବେଳକୁ ଅନ୍ତର୍ଜାତୀୟ ଉଡାଣ ବନ୍ଦ ହୋଇସାରିଥିଲା। ଏଣୁ ସେମାନେ ଭାରତୀୟ ଏମ୍ବାସୀଙ୍କ ସହ ସମ୍ପର୍କ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିବା ଫିଲପାଇନ୍ସରେ ଏମବିବିଏସ୍ କରୁଥିବା ଭାରତୀୟ ଭରତ ପ୍ରତାପ ସିଂ ଶେଖାୱତ ସୂଚିତ କରିଛନ୍ତି।

ଫିଲପାଇନ୍ସରେ କରୋନା ଯୋଗୁ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ଏବେ ଆକାଶ ଛୁଇଁଛି। ଏଠାରେ ୧ କେଜି ଆଳୁ କିଣିବାକୁ ଭାରତୀୟ ମୁଦ୍ରାରେ ୧୦୬ ଟଙ୍କା ଦେବାକୁ ପଡୁଛି। ଦେଶର ବଜାରରେ ସାନିଟାଇଜର ଓ ମାସ୍କ ବି ମିଳୁନି। ଏଣୁ ତୁରନ୍ତ ଫିଲପାଇନ୍ସରୁ ସେମାନଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ଛାତ୍ରମାନେ ସରକାରଙ୍କୁ ନିବେଦନ କରିଛନ୍ତି।

   Related Posts