କାୟା ବିସ୍ତାର କରୁଛି କରୋନା, ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୨୩ ଛୁଇଁଲା

Published By : Prameya-News7 Bureau | March 16, 2020 IST

ନୂଆଦିଲ୍ଲୀ ୧୬।୦୩: ସାରାବିଶ୍ୱକୁ ଘାରିଛି କରୋନା ଭୂତାଣୁ । ଚୀନ୍‌, ଇଟାଲୀ, ଇରାନ୍‌ ପରେ ଏବେ ଭାରତରେ ବଢିବାର ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୫ଟି ରାଜ୍ୟରେ କାୟା ବିସ୍ତାର କରି ସାରିଲାଣି କରୋନା । ରବିବାର ଆଉ ୯ ନୂଆ ମାମଲା ସାମ୍‌ନାକୁ ଆସିବା ପରେ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଥିଲା । ସୋମବାର ଏହା ୧୨୩ ଛୁଇଁଛି।

{"id":239471,"width":755,"height":503,"sizeSlug":"large"}

ମୋଟ ମାମଲାରୁ ସେଥିରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୩ ଜଣ ଆରୋଗ୍ୟ ହୋଇଛନ୍ତି । ଅନ୍ୟମାନେ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି ।

{"id":239472,"width":752,"height":423,"sizeSlug":"large"}
PTI07-03-2020_000061B

ସୋମବାର ଲଦାଖ ଓ କାଶ୍ମୀରରୁ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଥିବା ବେଳେ କେରଳରେ ୩ଟି ମାମଲା ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.