Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଡାକ୍ତରଙ୍କ ପୁଅକୁ କରୋନା, ହସ୍ପିଟାଲ ସଟଡାଉନ୍‌

13/07/2020 at 5:46 PM

ବାଙ୍କୀ୧୩/୭: ଡାକ୍ତରଙ୍କ ପୁଅକୁ କରୋନା। ବାଙ୍କୀ ଉପଖଣ୍ଡ ଡାକ୍ତରଖାନାରେ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ କରୁଥିବା ଡାକ୍ତରଙ୍କ ପୁଅ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ବାଙ୍କୀ ଉପଖଣ୍ଡ ଡାକ୍ତରଖାନାର ବହି ର୍ବିଭାଗକୁ  ୨୪ ଘଣ୍ଟା ପାଇଁ ବନ୍ଦ କରିଛନ୍ତି ବାଙ୍କୀ ଉପଜିଲ୍ଲାପାଳ। କୋରୋନା ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ଉପଜିଲ୍ଲାପାଳ। ସୂଚନା ଥାଉକି ବାଙ୍କୀ ଉପଖଣ୍ଡ ଡାକ୍ତରଖାନାର ପୂର୍ବତନ ଚିକିତ୍ସା ଅଧିକାରୀ ତଥା ବର୍ତ୍ତମାନର ଚୁକ୍ତିଭିତ୍ତିକ ଡାକ୍ତର ପଦ୍ମଲୋଚନ ପଣ୍ଡାଙ୍କ ଙ୍କ ପୁଅ ପୁନେରୁ ଫେରି ଘରେ ହୋମ୍‌ କ୍ବାରଣ୍ଟାଇନରେ ରହୁଥିଲେ। ଡାକ୍ତର ତାଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଗତକାଲି ତାଙ୍କର କରୋନା ସ୍ବାବ୍ ଟେଷ୍ଟରୁ ପଜିଟିଭ୍ ଜଣାପଡିବା ପରେ ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଜେନା ମେଡିକାଲ ପରିଦର୍ଶନ କରି ବାଙ୍କୀ ଉପଖଣ୍ଡ ଡାକ୍ତରଖାନାରେ ଯେପରି କରୋନା ଗୋଷ୍ଠୀ ସଂକ୍ରମଣ ନ କରେ ସେଥିପାଇଁ ଉପଖଣ୍ଡ ଡାକ୍ତରଖାନାର ବହି ର୍ବିଭାଗକୁ ୨୪ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଅନ୍ୟପଟେ ବାଙ୍କୀ ଉପଖଣ୍ଡ ଡାକ୍ତରଖାନକୁ ଶହ ଶହ ରୋଗୀ ଆସୁଥିବାରୁ କୋରୋନା ଗୋଷ୍ଠୀ ସଂକ୍ରମଣ ଚେନକୁ ରୋକ ଲଗାଇବା ପାଇଁ  ପ୍ରଶାସନ ପକ୍ଷରୁ ଉପଖଣ୍ଡ ଡାକ୍ତରଖାନାକୁ  ସାନିଟାଇଜ କାର୍ଯ୍ୟ ଆରମ୍ଭ ହୋଇଛି।

   Related Posts