Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୃଷି ଅଫିସ୍‌ କର୍ମଚାରୀଙ୍କୁ କରୋନା, ଅଫିସ୍‌ ହେଲା ସାନିଟାଇଜିଂ

2/08/2020 at 10:09 PM

ନୀଳଗିରି୨/୮: ନୀଳଗିରି ଅଞ୍ଚଳକୁ ପୁଣି କରୋନା ନେଇ ଆତଙ୍କ ଦେଖାଦେଇଛି। ଏଥର କୃଷି ଅଫିସର ଜଣେ କର୍ମଚାରୀ ଙ୍କୁ କରୋନା ହେବା ନେଇ ଭୟ ସମସ୍ତଙ୍କୁ ଘାରିଛି। କରୋନା ଭୁତାଣୁ ରେ ନୀଳଗିରିର ବିଭିନ୍ନ ଅଞ୍ଚଳ ଏବେ ଜର୍ଜରିତ ପୂର୍ବରୁ କ୍ବାରେଣ୍ଟିନ୍‌ ସେଣ୍ଟରେ ପ୍ରବାସୀ ଓଡ଼ିଆମାନେ କରୋନା ଚିହ୍ନଟ ହେବା ସହ ନୀଳଗିରି ବିଧାୟକ ତାଙ୍କ ସହଯୋଗୀ ମଧ୍ୟ ବାଦ ପଡି ନଥିଲେ। ସମସ୍ତେ ଏବେ ସୁସ୍ଥ ଅଛନ୍ତି। କିଛି ଦିନ ପୂର୍ବରୁ ମିତ୍ରପୁର ବେଗୁନିଆ ଅଞ୍ଚଳରେ ମଧ୍ୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ନୀଳଗିରି କୃଷି ଅଫିସର ଜଣେ ପିଅନଙ୍କୁ କରୋନା ହୋଇଥିବା ଜଣା ପଡିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସେ ବାଲେଶ୍ଵରରୁ ଯିବା ଆସିବା କରନ୍ତି।

ଗତ ଗୁରୁବାର ଦିନ ଜ୍ଵର ହୋଇ ନ ଛାଡିବାରୁ ଶୁକ୍ରବାର ଦିନ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ତାଙ୍କର ପଜିଟିଭ ନମୂନା ଆସିବାରୁ ତାଙ୍କୁ ବାଲେଶ୍ଵର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ତାଙ୍କ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏବେ ଧାନ ଚାଷ ଋତୁ ହୋଇଥିବାରୁ ବିହନ , ସାର ପାଇଁ ବହୁ ଚାଷୀ ଅଫିସ ଆସିଥିବା ବେଳେ କଣ ଏବେ ଅବସ୍ଥା ହେବ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ନୀଳଗିରିରେ ପାନ ଦୋକାନ ଠାରୁ ଆରମ୍ଭକରି ଚା ଦୋକାନକୁ ମଧ୍ୟ ଆସିଛନ୍ତି। ଆଜି ନୀଳଗିରି ପ୍ରଶାସନ ତରଫରୁ ତହସିଲଦାର ଅଶେଷ କୁମାର ନାୟକ,ଏନଏସି ନିର୍ବାହୀ ଅଧିକାରୀ ରତନ କୁମାର ପଟ୍ଟନାୟକ ଦମକଳ ବାହିନୀଙ୍କୁ ନେଇ କୃଷି ଅଫିସ ପରିସରରେ ଓ ବାହାରେ ସାନିଟାଇଜ କରିଛନ୍ତି। ଅଫିସ କାର୍ଯ୍ୟାଳୟ ତିନିଦିନ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ତାଙ୍କର ଟ୍ରାଭଲ ହିଷ୍ଟ୍ରୀ ମିଳିବା ପରେ ଯାଇ ସ୍ୱାବ ସଂଗ୍ରହ କରାଯାଇପାରେ ବୋଲି ସୂଚନା ମିଳିଛି।

   Related Posts